The Ultimate Managed Hosting Platform
ADVERTISEMENT

ଏମକେସିଜିରେ ଗୋଟିଏ ସିଲିଣ୍ଡର ୨ ଶିଶୁଙ୍କୁ ଦିଆଯିବା ଘଟଣା : ରିପୋର୍ଟ ମାଗିଲେ ଆରଡିସି

Facebook
Twitter
LinkedIn

ଭୁବନେଶ୍ୱର : ଏମକେସିଜିରେ ଗୋଟିଏ ସିଲିଣ୍ଡର ୨ ଶିଶୁଙ୍କୁ ଦିଆଯିବା ଘଟଣା । ଏମକେସିଜି ଅଧକ୍ଷଙ୍କୁ ରିପୋର୍ଟ ମାଗିଲେ ଦକ୍ଷିଣାଞ୍ଚଳ ଆରଡିସି । ସୋସିଆଲ ମିଡିଆର ଏକ ପୋଷ୍ଟକୁ ନେଇ ରିପୋର୍ଟ ତଲବ । ତୁରନ୍ତ ଏ ନେଇ ଆରଡିସିଙ୍କୁ ରିପୋର୍ଟ ପାଇଁ ସଚିବଙ୍କ ପକ୍ଷରୁ ଚିଠି । ଦୁଇଟି ଶିଶୁକୁ ଗୋଟିଏ ଲିଟର ଅକ୍ସିଜେନ ଆବଶ୍ୟକ ଥିବା ଯୋଗୁଁ ଦୁଇ ଶିଶୁଙ୍କୁ ଏକାଥରକେ ଦିଆଯାଇଥିଲା । ବର୍ତ୍ତମାନ ଦୁଇ ଶିଶୁଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ରହିଛି । ଏଭଳି ଘଟଣାର ପୁନରାବୃତ୍ତି ହେବ ନାହିଁ । ତଦନ୍ତ ପରେ ରିପୋର୍ଟ ଏମକେସିଜି ଡିନ୍, ଆରଡିସି ସହ ଉପରିସ୍ଥ ଅଧିକାରୀଙ୍କୁ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ଏମକେସିଜି ମେଡିକାଲ ଅଧକ୍ଷକ ପ୍ରଫେସର ଡ଼ା. ଦୁର୍ଗା ମାଧବ ଶତପଥି । କହିରଖୁଛୁ, ଦୁଇଜଣ ନବଜାତ ଶିଶୁଙ୍କୁ ଇକୋ ଚିକିତ୍ସା ପାଇଁ ପରିବାର ଲୋକେ ଏଠାକୁ ଆଣିଥିଲେ । କିନ୍ତୁ ଦୁଇ ଶିଶୁଙ୍କ ଲାଗି ଦୁଇଟି ଆକ୍ସିଜେନ ସିଲିଣ୍ଡର ମିଳିନଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login