ବ୍ରହ୍ମପୁର : ଏପ୍ରିଲ ୩ରୁ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା । ବ୍ରହ୍ମପୁରରେ ମା ବୁଢ଼ୀ ସାଆନ୍ତାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ଆସନ୍ତା ମାସ ୩ ତାରିଖରୁ ୨୮ତାରିଖ ପର୍ୟ୍ୟନ୍ତ ହେବ ବୋଲି ନିଷ୍ପତି ହୋଇଛି । ଏଥିପାଇଁ ଗତକାଲି ବିଳମ୍ବିତ ରାତିରେ ଦେଶି ବେହେରାଙ୍କ ଘର ନିକଟରେ ସ୍ଥାପନ ହେଲା ଶୁଭ ଖୁଣ୍ଟି । ଶୁଭ ଖୁଣ୍ଟି ମନ୍ଦିରରେ ପୂଜା କରି ମାଙ୍କ ଆଜ୍ଞା ମାଳ ଆଣିବା ପାଇଁ ଯାତ୍ରାର ମୁଖ୍ୟ ପରିଚାଳକ ପି ଦୁର୍ଗା ପ୍ରସାଦ ଦେଶିବେହେରା ଏକ ବିରାଟ ପଟୁଆରରେ ବୁଢ଼ୀ ସାଆନ୍ତାଣୀଙ୍କ ମନ୍ଦିରକୁ ଯାଇଥିଲେ ।
Views: 75