ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ରାଜନେତା ରାଘବ ଚଢ଼ା ଗତ କିଛି ଦିନ ହେବ ନିଜ ଆଫେୟାର ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଯଦିଓ ଏହି ଦମ୍ପତି ଏ ପର୍ୟ୍ୟନ୍ତ ସେମାନଙ୍କ ସମ୍ପର୍କକୁ ଅଫିସିଆଲ୍ କରିନାହାନ୍ତି। କିନ୍ତୁ ପଞ୍ଜାବୀ ଗାୟକ ତଥା ଅଭିନେତା ହାର୍ଡି ସନ୍ଧୁ ପରିଣୀତି ଓ ରାଘବଙ୍କ ସମ୍ପର୍କ ଉପରେ ମୋହର ଲଗାଇଛନ୍ତି। ସେହିପରି ଆପ୍ ସାଂସଦ ସଞ୍ଜୀବ ଆରୋରା ମଧ୍ୟ ଟ୍ଵିଟ୍ କରି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବର୍ତ୍ତମାନ ଏ ସବୁ ଭିତରେ ଦମ୍ପତିଙ୍କ ନିର୍ବନ୍ଧର ତାରିଖ ମଧ୍ୟ ସାମ୍ନାକୁ ଆସିଛି। ମିଡିଆ ରିପୋର୍ଟ ମୁତାବକ, ପରିଣୀତି ଓ ରାଘବ ଚଳିତ ସପ୍ତାହ ଅର୍ଥାତ୍ ଏପ୍ରିଲ ୧୦ରେ ନିର୍ବନ୍ଧ କରିପାରନ୍ତି। ଦୁହେଁ ଦିଲ୍ଲୀରେ ଏକ ଇଣ୍ଟିମେଟ୍ ରିଙ୍ଗ୍ ସେରିମନିରେ ସେମାନଙ୍କ ସମ୍ପର୍କକୁ ଅଫିସିଆଲ୍ କରିବେ। କପଲ୍ଙ୍କ ନିର୍ବନ୍ଧ ଉତ୍ସବରେ କେବଳ ସେମାନଙ୍କ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ ସାମିଲ ହେବେ। ଗତକାଲି ପରିଣୀତିଙ୍କୁ ଏୟାରପୋର୍ଟରେ ସ୍ପଟ୍ କରାଯାଇଥିଲା। ରେଡ୍ ସ୍ୱେଟର, କଳା ପ୍ୟାଣ୍ଟ ଓ ଜୋତାରେ ଅଭିନେତ୍ରୀ ଖୁବ୍ ସୁନ୍ଦର ଦେଖାଯାଉଥିଲେ।
ଏପ୍ରିଲ ୧୦ରେ ରାଘବ ଓ ପରିଣୀତି କରିବେ ନିର୍ବନ୍ଧ , ରିଂ ସେରିମନି ପାଇଁ ପ୍ରସ୍ତୁତି ଆରମ୍ଭ
Facebook
Twitter
LinkedIn
Facebook
Twitter
LinkedIn
Recent News
୩ ଦିନ ପରେ ରାଜ୍ୟକୁ ଫେରିବ ଶୀତ
ଭୁବନେଶ୍ୱର : ବାତ୍ୟା ଡିଟୱାର ସିଧା ସଳଖ ପ୍ରଭାବ ଓଡ଼ିଶା ଉପରେ ନାହିଁ । ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ମେଘୁଆ ପାଗ ସହ ବର୍ଷା ସମ୍ଭାବନା...
ରାସ୍ତା ମଝିରେ ଜଳିଗଲା ହାଇୱା
ଘଟଗାଁ : ରାସ୍ତା ମଝିରେ ହୁହୁ ହୋଇ ଜଳିଗଲା ହାଇୱା । କେନ୍ଦୁଝର ହରିଚନ୍ଦନପୁର ଥାନା ଅନ୍ତର୍ଗତ ଟାଙ୍ଗରିଆପାଳ ଗାଁ ନିକଟରେ ଏକ ହାଇୱାରେ ନିଆଁ ଲାଗିଯାଇଥିଲା...
ଶୀତଦିନେ ଡାଏଟରେ ସାମିଲ କରନ୍ତୁ ଏହି ଜିନିଷ , ହାର୍ଟ ଓ ମସ୍ତଷ୍କ ପାଇଁ ଭଲ
ବ୍ୟୁରୋ : କାଜୁ ବାଦାମର ସ୍ୱାଦ ଏପରି ହୋଇଥାଏ ଯେ ଥରେ ଖାଇବା ଆରମ୍ଭ କରିବା ପରେ ଏହାକୁ ଛାଡିବାକୁ ଇଚ୍ଛା ହୁଏ ନାହିଁ । କିନ୍ତୁ...
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ
ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...










