The Ultimate Managed Hosting Platform
ADVERTISEMENT

ଏପ୍ରିଲ୍‌ ୧୩ରୁ ଆରମ୍ଭ ହେବ ଆଲିଆ-ରଣବୀରଙ୍କ ବିବାହର ସମସ୍ତ କାର୍ଯ୍ୟକ୍ରମ

Facebook
Twitter
LinkedIn

ବଲିଉଡର ଅନ୍ୟତମ ପ୍ରସିଦ୍ଧ ଦମ୍ପତି ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଚାରି ବର୍ଷ ଧରି ଡେଟିଂ ପରେ ପରସ୍ପରକୁ ବୁଝିବ ଓ ଭଲ ପାଇବା ପରେ ବର୍ତ୍ତମାନ ଆଲିଆ ଭଟ୍ଟ ଏବଂ ରଣବୀର କପୁର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।  ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଭଟ୍ଟ ପରିବାର ଏବଂ କପୁର ପରିବାରରେ ଶାହନା ବାଜିବା ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି।  ବିବାହ ତାରିଖ, ବିବାହ ସ୍ଥାନ ସବୁକିଛି ସ୍ଥିର ହୋଇ ସାରିଛି। କିନ୍ତୁ ଉଭୟ ପରିବାର ଏପର୍ଯ୍ୟନ୍ତ ଚୁପ୍ ଅଛନ୍ତି। କୌଣସି ପ୍ରକାରର ଘୋଷଣା କରି ନାହାନ୍ତି।

ନିକଟରେ ବିବାହ ସମ୍ବନ୍ଧୀୟ ଖବର ସାମ୍ନାକୁ ଆସୁଛି। ବର୍ତ୍ତମାନ ଖବର ହେଉଛି ଏପ୍ରିଲ ୧୩ରୁ ବିବାହ ରୀତିନୀତି ଆରମ୍ଭ ହେବ। ଏହା ବ୍ୟତୀତ ମନୀଷ ମଲହୋତ୍ରା ଓ ସବ୍ୟସାଚୀଙ୍କ ଡିଜାଇନ୍‌ର ଲେହେଙ୍ଗା ପିନ୍ଧିବେ । ଏହି ସମସ୍ତ ସମାରୋହ ଆର.କେ ହାଉସରେ ଅନୁଷ୍ଠିତ ହେବ।ଏହା ବ୍ୟତୀତ ଏହି ସମୟରେ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ସହ ଆଉ ଏକ ଖବର ସାମ୍ନାକୁ ଆସୁଛି। ପୂର୍ବରୁ ଖବର ଆସିଥିଲା ​​ଯେ ଉଭୟ ବିବାହ ପରେ ତୁରନ୍ତ ସେମାନଙ୍କର ନୂଆ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ କରିବେ ଏବଂ ଏହି କାରଣରୁ ଉଭୟ ହନିମୁନ୍‌ରେ ଯାଇ ପାରିବେ ନାହିଁ। ଏବେ ଶୁଣିବାକୁ ମିଳୁଛି ଯେ ଏହି ଦମ୍ପତି ସ୍ୱିଜରଲ୍ୟାଣ୍ଡରେ ହନିମୁନ୍‌ ଯିବେ।  

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login