The Ultimate Managed Hosting Platform
ADVERTISEMENT

ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ; ସଂଘ ପକ୍ଷରୁ ବିଭିନ୍ନ ସେବା ମୂଳକ କାର୍ଯ୍ୟ, ଉଲ୍ଲେଖନୀୟ ସଫଳତା ପାଇଁ ସାମ୍ବାଦିକ ଓ ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ

Facebook
Twitter
LinkedIn

କାଲିମେଳା (ସୁଜିତ ମୁଖାର୍ଜୀ) : ଉତ୍କଳ ସାମ୍ବାଦିକ ସଂଘ ମାଲକାନଗିରି ଜିଲ୍ଲା ପକ୍ଷରୁ ଜିଲ୍ଲା ସ୍ଥରୀୟ ଜାତୀୟ ପ୍ରେସ ଦିବସ କାଲିମେଳା ଠାରେ ପାଳିତ ହୋଇଯାଇଛି। ଏହି ଅବସରରେ କାଲିମେଳା ବ୍ଲକ ବନ ବିଭାଗ ଅତିଥି ଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘର ସଭାପତି ଅଶୋକ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷା ସୁଭାସିନୀ ସୋଡି, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ, ଅନ୍ୟତମ ଅତିଥି ଭାବେ କାଲିମେଳା ବିଡିଓ ପ୍ରଦୀପ କର, ତହସିଲଦାର ରାମକୃଷ୍ଣ ସତ୍ୟରାଜଗୁର, ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି, ଆମ୍ବୁସମ୍ୟାନ ନୃସିଂହ ଚରଣ ମହାନ୍ତି, ଥାନା ଅଧିକାରୀ ମୁକୁନ୍ଦ ମେଲକା, ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘର ସମ୍ପାଦକ ବି ଶ୍ରୀନିବାସ ପାତ୍ର, ଉପ ସଭାପତି ପ୍ରଶାନ୍ତ ସାହୁ, କୋଷାଧ୍ୟକ୍ଷ ହୃଷିକେଶ ସେଠି, କାର୍ୟ୍ୟକାରୀ ସଭାପତି ନିରଞ୍ଜନ ମଲ୍ଲ, କାଲିମେଳା ବ୍ଲକ ସଭାପତି ସତ୍ୟ ନାରାୟଣ ସୁବୁଦ୍ଧି ପ୍ରମୁଖ ମଂଚସିନ ଥିଲେ।

ସ୍ବଚ୍ଛ ସମ୍ବାଦ ପରିବେଷଣ ଦ୍ବାରା ସମାଜରେ ନ୍ୟାୟ ପ୍ରତିଷ୍ଠା ସମ୍ଭବ ହୋଇପାରୁଛି। ତେଣୁ ସାମ୍ବାଦ ପରିବେଷଣ ସମୟରେ ସତ୍ୟର ଅନୁସନ୍ଧାନ କରିବାର ଆବଶ୍ୟକତା ରହିଛି ବୋଲି କାଲିମେଳା ବନବିଭାଗ ଅତିଥି ଭଵନ ଠାରେ ଉତ୍କଳ ସାମ୍ବାଦିକ ସଂଘ ର ସଭାପତି ଅଶୋକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ପ୍ରେସ ଦିବସ ଅବସରରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବିଧାୟକ ଶ୍ରୀ ମାଡକାମୀ ମତବ୍ୟକ୍ତ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ସମାଜର ଜାଗ୍ରତ ପ୍ରହରୀ ତଥା ଚତୁର୍ଥ ସ୍ତମ୍ବ ଭୂମିକା ନିର୍ବାହ କରୁଥିବା ଗଣମାଧ୍ୟମକୁ ନୈତିକତା ବଜାୟ ରଖିବାର ଆବଶ୍ୟକତା ରହିଛି । ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ କହିଥିଲେ ଯେ ଏକ ସୁସ୍ଥ ଗଣତନ୍ତ୍ର ରାଷ୍ଟ୍ର ପାଇଁ ସ୍ୱଚ୍ଛ ତଥ୍ୟ ଭିତ୍ତିକ ସମ୍ବାଦ ପରିବେଷଣ କରିବା ସମସ୍ତଙ୍କର ଗୁରୁ ଦାୟିତ୍ଵ ହେବା ଦରକାର । ଏହି ଅବସରରେ ସାମ୍ବାଦିକତା ହେଉଛି ଏକ ସମ୍ମାନଜନକ ବୃତ୍ତି, ସତ୍ୟ, ନିରପେକ୍ଷ, ଅନୁ ସଂଧାନ ମୂଳକ ସମ୍ବାଦ ପରିବେଶଣ କରି ସମାଜ ର ହିତ ସାଧନ କରନ୍ତୁ,ଆଜିର ସମୟରେ ସୋସିଆଲ ମିଡିଆର ଦ୍ବାରା ସାମ୍ବାଦିକତା ବୃତ୍ତିରେ ଅନେକ ପ୍ରଭାବ ପଡିଛି,ନିରପେକ୍ଷ ଓ ସତ୍ୟ ଭିତ୍ତିକ ସମ୍ବାଦ ଦ୍ବାରା ଲୋକଙ୍କ ନିକଟତର ହୋଇପାରିବା ବୋଲି ମଧ୍ୟ ମତଦେଇଥିଲେ।

ଚଳିତ ବର୍ଷ ପ୍ରେସ କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷିରେ ଗଣ ମାଧ୍ୟମ ବିଶ୍ୱାସନୀୟତାର ସଂରକ୍ଷଣ ଶୀର୍ଷକ ଉପରେ ଆଲୋଚନା କରାଯାଇଥିଲା। ଏହି କାର୍ୟ୍ୟକ୍ରମରେ ସଙ୍ଘର ସଦସ୍ୟ ଭଗବାନ ସାହୁ ସ୍ବାଗତ ଭାଷଣ ପ୍ରଦାନ କରିବା ସହ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷ ରେ ସଙ୍ଘର ସଦସ୍ୟ ସୌରଭ ମଣ୍ଡଳ ଧନ୍ୟବାଦ ଅର୍ପଣ କରା ଯାଇଥିଲା। ସଦସ୍ୟ ମାନଙ୍କ ଦ୍ୱାରା ବିଭିନ୍ନ ସେବା ମୂଳକ କାର୍ୟ୍ୟ କରାଯିବା ସହ ଉଲେଖ୍ୟନୀୟ କାର୍ୟ୍ୟ ପାଇଁ ସାମ୍ବାଦିକ ଓ ବିଶିଷ୍ଟ ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନୀତ କରାଯାଇଛି। ଜିଲ୍ଲାର ବରିଷ୍ଠ ସାମ୍ବାଦିକ ରତ୍ନାକର ଦାସ, ଦୁର୍ଗା ପ୍ରସାଦ ପଟ୍ଟନାୟକ, ଗୋପୀ କୃଷ୍ଣ ପଟ୍ଟନାୟକ ଙ୍କୁ ସଙ୍ଘ ପକ୍ଷରୁ ସେମାନଙ୍କ ଉତ୍ତମ କାର୍ୟ୍ୟ ଓ ସାମ୍ବାଦିକତା ରେ ସେମାନଙ୍କ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା। ଏହା ସହ ସତ୍ୟ ଖବର ପରିବେଷଣ ବେଳେ ଗିରଫ ହୋଇଥିବା ଲଢୁଆ ସାମ୍ବାଦିକ ବିକ୍ରମ ସ୍ୱାଇଁ, ଦୀପକ ମହାରଣା, ଅବିନାଶ ବେହେରା, ରାହୁଲ ଗୋଲାରି ପ୍ରମୂଖ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ୟ୍ୟକ୍ରମ ରେ ସଙ୍ଘର ୮୦ରୁ ଉର୍ଦ୍ଧ୍ବ ସଦସ୍ୟ ଉପସ୍ଥିତ ରହିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login