ନୂଆଦିଲ୍ଲୀ : ଇସ୍ରାଏଲ ଓ ଇରାନ ମଧ୍ୟରେ ଲଗାତାର ୭ ଦିନ ଧରି ପରସ୍ପର ଉପରେ କ୍ଷେପଣାସ୍ତ୍ର ନିକ୍ଷେପ କରି ଚାଲିଛନ୍ତି । ଇରାନର କ୍ଷେପଣାସ୍ତ୍ର ମାଡ଼ରେ ଇସ୍ରାଏଲ୍ର ଅନେକ ହସ୍ପିଟାଲ୍ କ୍ଷତିଗ୍ରସ୍ତ ହୋଇଛି। ସେଠାରୁ ଧୂଆ ବାହାରୁ୍ଥିବାର ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ; ଏକ ଲାଇଭ୍ କାର୍ୟ୍ୟକ୍ରମକୁ ସାମ୍ବାଧନ କଲା ବେଳେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନି ଘୋଷଣା କରିଛନ୍ତି ଯେ ଦେଶ ଏକତାରେ ରହିଛି ଏବଂ ବାହ୍ୟ ଚାପ ଆଗରେ ମୁଣ୍ଡ ନୁଆଁଇବ ନାହିଁ। ଇରାନକୁ ଆତ୍ମସମର୍ପଣ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ। ଯାହାର ଜବାବରେ, ଖାମେନି ଏପରି ଏକ କଠୋର ଚେତାବନୀ ଦେଇଛନ୍ତି। ସେ ଚେତାବନୀ ଦେଇ କହିଛନ୍ତି କି ଯେକୌଣସି ଆମେରିକୀୟ ସାମରିକ ଆକ୍ରମଣ “ଗମ୍ଭୀର ଅପୂରଣୀୟ ପରିଣାମ” ଆଣିବ।
Views: 11