ଭୁବନେଶ୍ୱର : ଡାଇରିଆ ମୁକାବିଲା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ବୟାନ । ୩ ଜିଲ୍ଲାରେ ସ୍ଥିତି ଦେଖି ସ୍କୁଲ ବନ୍ଦ ନିଷ୍ପତ୍ତି ନେବେ ଜିଲ୍ଲାପାଳ । କଟକ, ଯାଜପୁର ଓ ଭଦ୍ରକରେ ଜିଲ୍ଲାପାଳ ନେବେ ନିଷ୍ପତ୍ତି । ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସ୍ଥିତି ଅଣାୟତ୍ତ ଥିଲେ ସ୍କୁଲ ବନ୍ଦ ରଖିପାରିବେ ଜିଲ୍ଲାପାଳ । ହଷ୍ଟେଲ ପିଲାମାନଙ୍କୁ ଫୁଟା ପାଣି ଦେବାକୁ ନିଦେ୍ର୍ଦଶ । ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଗରମ ଖାଦ୍ୟ ଦିଆଯିବ । ସ୍କୁଲ ପାଣି ଟାଙ୍କି ସଫା କରିବା ଉପରେ ଗୁରୁତ୍ୱ । ସ୍କୁଲ ଓ ହଷ୍ଟେଲ ପରିବେଶ ସଫା ଉପରେ ଗୁରୁତ୍ୱ ।
ଅନ୍ୟପଟେ ଯାଜପୁର ଜିଲ୍ଲାରୁ ଆରମ୍ଭ ହୋଇଥିବା ଡାଇରିଆ ମୟୂରଭଞ୍ଜରେ ପହଂଚିଛି । ମୟୂରଭଞ୍ଜ ଜିଲ୍ଲା ଉଦଳାରେ ପ୍ରତିଦିନ ୨୦ରୁ ୩୦ ଆକ୍ରାନ୍ତ ଚିକିତ୍ସା ପାଇଁ ମେଡିକାଲ ଆସୁଛନ୍ତି । ଡାଇରିଆ ୱାର୍ଡରେ ସିଟ୍ ତୁଳନାରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଥିବାରୁ କିଛି ରୋଗୀଙ୍କୁ ଔଷଧ ଦିଆଯାଇ ଘରକୁ ପଠାଇ ଦିଆଯାଉଛି । ଏପର୍ୟ୍ୟନ୍ତ ରାଜ୍ୟରେ ଡାଇରିଆରେ ୨୧ ଜଣଙ୍କ ମୃତ୍ୟୁ ହେଲାଣି ।
ଡାଇରିଆ ମୁକାବିଲା ; ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ବୟାନ, ସ୍ଥିତି ଦେଖି ସ୍କୁଲ ବନ୍ଦ ନିଷ୍ପତ୍ତି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











