ମୁମ୍ବାଇ : ଡ୍ୟାନ୍ସ ରିଆଲିଟି ସୋ ‘ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର ୩’ ର ବିଜେତା ହୋଇଛନ୍ତି ସମର୍ପଣ ଲାମା । ସମର୍ପଣଙ୍କୁ ଟ୍ରଫି ସହ ୧୫ ଲକ୍ଷ ଟଙ୍କା ପୁରସ୍କାର ଭାବେ ମିଳିଛି । ତାଙ୍କ କୋରିଓଗ୍ରାଫର ଭାବନା ଖଣ୍ଡୁଜାଙ୍କୁ ମଧ୍ୟ ୫ ଲକ୍ଷ ଟଙ୍କା ମିଳିଛି । ସୋ ର ଫାଇନାଲ ରାଉଣ୍ଡରେ ଅନିକେତ ଚୌହାନ, ଅଞ୍ଜଳି ମମଗାଇ, ସମର୍ପଣ ଲାମା, ବିପୁଲ ଖଣ୍ଡପାଳ ଓ ଶିବାଂଶୁ ସୋନି ପ୍ରତିଯୋଗୀ ରହିଥିଲେ। ସମର୍ପଣ ଲାମା ସୋ ଜିତିବା ପରେ ନିଜ ଅନୁଭୂତି ମଧ୍ୟ ସେୟାର କରିଥିଲେ, ଯେ ସେ ମଧ୍ୟ ଦିନେ ଏକ ରିଆଲିଟି ସୋ ରେ ଭାଗ ନେବାକୁ ଚାହୁଥିଲେ । ହେଲେ ସମର୍ପଣ କେବେ ଭାବି ନଥିଲେ ଯେ ‘ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର’ ଭଳି ସୋ ର ବିଜେତା ହେବ । ତାଙ୍କ ସ୍ୱପ୍ନ ପୂରଣ ହୋଇଥିବାରୁ ସେ ବହୁତ ଖୁସି ରହିଛନ୍ତି ।
Views: 91











