ଯାଜପୁର : ଇଞ୍ଜିନିୟରିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ରଗଡି ସ୍ଥିତ ସରକାରୀ ପଲିଟେକନିକ୍ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ମୃତକ ଛାତ୍ରୀ ହେଲେ ଇଲେକ୍ଟ୍ରିକାଲ ବିଭାଗର ୩ୟ ବର୍ଷର ଛାତ୍ରୀ । ଘଟଣା ସ୍ଥଳରେ ପୋଲିସର ଛାନଭିନ । ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ପରେ କାନ୍ଦ ବୋବାଳି । ଝିଅ କ୍ୟାମ୍ପସ ପାଇଥିବାରୁ ହଇରାଣ କରୁଥିଲେ ବୋଲି କହିଛନ୍ତି ମାଆ । ଟପ୍ପର ହେବା ଓ କ୍ୟାମ୍ପସ ପାଇବାକୁ ନେଇ ସହିପାରୁ ନଥିଲେ ସାଥୀ । ଜଣେ ଛାତ୍ର ମାଡ ମାରିଥିବା ଅଭିଯୋଗ କଲେ ଛାତ୍ରୀଙ୍କ ମାଆ । ପାଠରେ ନମ୍ବର ୱାନ ହେଉଥିବାରୁ ଧମକ ମିଳୁଥିଲା ବୋଲି କହିଲେ ମାମୁ । ସାଙ୍ଗ ପିଲା ଧମକ ଦେଉଥିବା ନେଇ ଅଭିଯୋଗ କରିଛନ୍ତି ମାମୁ । ଝିଅକୁ ମାରି ଟଙ୍ଗାଇ ଦେଇଛନ୍ତି ବୋଲି ଗୁରୁତର ଅଭିଯୋଗ କଲେ । ଘଟଣା ପାଇଁ ପ୍ରିନ୍ସପାଲ ଓ କଲେଜକୁ ଦାୟୀ କଲେ ମାମୁଁ ।
Views: 78











