ଭୁବନେଶ୍ୱର : ସାରା ରାଜ୍ୟରେ ମେଘୁଆ ପାଗ, ବିଭିନ୍ନ ସ୍ଥାନରେ ବର୍ଷା । ଆଜି ୧୩ ଜିଲ୍ଲାକୁ ବିଜୁଳି, ଘଡଘଡି ବର୍ଷା ଚେତାବନୀ । ଆସନ୍ତା ୨୭ ଯାଏଁ ରାଜ୍ୟରେ କାଳବୈଶାଖୀ ଆଲର୍ଟ । ୨୭ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା । ୩୬ ଘଣ୍ଟା ଭିତରେ ଆରବ ସାଗରରେ ଅବପାତ । ଏହି ଲଘୁଚାପ ପରବର୍ତ୍ତୀ ୨ ଦିନରେ ଅଧିକ ଘନୀଭୂତ ହେବ । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨୭ ରୁ ୩୧ ତାରିଖ ପର୍ୟ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ଏହି ସମୟରେ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି । ସଅଳ ମୌସୁମୀ ପାଇଁ ପାଗ ଅନୁକୂଳ ରହିଛି । ଆସନ୍ତା ୨ରୁ ୩ ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ଅନୁମାନ କରାଯାଉଛି । ଚଳିତ ବର୍ଷ ମୌସୁମୀ ଶୀଘ୍ର ଆସୁଥିବାରୁ ଓଡ଼ିଶାକୁ ମଧ୍ୟ ଜୁନ୍ ପ୍ରଥମ ସପ୍ତାହ ବେଳକୁ ଛୁଇଁବାର ଯଥେଷ୍ଚ ସମ୍ଭାବନା ରହିଛି । ଓଡ଼ିଶାରେ ଏବେ ପ୍ରାକମୌସୁମୀ ପାଣିପାଗ ସକ୍ରିୟ ଥିବା ବେଳେ କିଛି କିଛି ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଛି ।
Views: 27