ଭୁବନେଶ୍ୱର : ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ସମ୍ଭାବନା । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ । ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଅବପାତର ରୂପ ନେବ । ୨୯ରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତର ରପ ନେବ । ପରବର୍ତ୍ତୀ ୪୮ ଘଣ୍ଟାରେ ଘନୀଭୂତ ହୋଇ ବାତ୍ୟା ସମ୍ଭାବନା । ଆଜି ୱେଲ୍ ମାର୍କଡ ଲୋ ପ୍ରେସର ହେବ । ଆସନ୍ତାକାଲି ଘନୀଭୂତ ହୋଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତ ହେବା ସମ୍ଭାବନା ରହିଛି । ଆଗକୁ ବଢ଼ିବା ସହ ସମୁଦ୍ରରୁ ବଳ ଗୋଟାଇବ ଡିପ୍ରେସନ୍ । ଅଧିକ ଘନୀଭୂତ ହୋଇ ୩୦ ତାରିଖ ବେଳକୁ ଅବପାତ ହୋଇପାରେ ଗଭୀର ଅବପାତ । ୧ ତାରିଖ ବେଳକୁ ଏହା ସାଇକ୍ଲୋନରେ ପରିଣତ ହେବା ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟାର ନାଁ ରହିବ ମିଗଜମ୍ ।
Views: 69