The Ultimate Managed Hosting Platform
ADVERTISEMENT

ଆସାମ ମ୍ୟୁନସିପାଲଟି ନିର୍ବାଚନରେ ବିଜେପିର ବଡ଼ ବିଜୟ

Facebook
Twitter
LinkedIn

ନୂଆଦିଲ୍ଲୀ : ବିଜେପିର ବଡ଼ ବିଜୟ । ଆସାମରେ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି ରାଜ୍ୟରେ ହୋଇଥିବା ମ୍ୟୁନିସିପାଲ ନିର୍ବାଚନରେ ବଡ଼ ବିଜୟ ହାସଲ କରିଛି । ଏଠାରେ ବିଜେପି ୮୦ଟି ମ୍ୟୁନସିପାଲଟିରୁ ୭୫ଟିରେ ବିଜୟ ହାସଲ କରିଛି । ସେହିପରି ୨ଟି ମ୍ୟୁନସିପାଲଟିରେ ସହଯୋଗୀ ଆସାମ ଗଣ ପରିଷଦ ବିଜୀୟ ହୋଇଛି । ସ୍ୱାଧୀନ ପ୍ରାର୍ଥୀ ଦୁଇଟି ମ୍ୟୁନସିପାଲଟିରେ ବିଜୟୀ ହୋଇଛନ୍ତି। ବିରୋଧୀ କଂଗ୍ରେସ କେବଳ ଗୋଟିଏ ସ୍ଥାନରେ ବିଜୟୀ ହେବାରେ ସଫଳ ହୋଇଛି ।

୮୦ଟି ମ୍ୟୁନସିପାଲଟି ପାଇଁ ମାର୍ଚ୍ଚ ୬ରେ ମତଦାନ ହୋଇଥିଲା। ଏଥିରୁ ୫୭ଟି ବୋର୍ଡରେ ନିଦ୍ୱନ୍ଦ୍ୱରେ ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ। ସେହିପରି ସାରା ରାଜ୍ୟର ୯୨୦ଟି ୱାର୍ଡରେ ମତଦାନ ହୋଇଥିଲା। ବିଜେପି ୮୨୫, କଂଗ୍ରେସର ୭୦୬, ଆସାମ ଗଣପରିଷଦ ୨୪୩ ଏବଂ ୭୫୮ ଜଣ ସ୍ୱାଧୀନ ମୋଟ ୨୫୩୨ ଜଣ ନିର୍ବାଚନ ମୈଦାନ କୁ ଓହ୍ଲାଇଥିଲେ।ଏନେଇ ବିଜେପି ରାଜ୍ୟ ସଭାପତି ଭାବେଶ କଲିତା କହିଛନ୍ତି ଯେ, ‘ରାଜ୍ୟବାସୀ କଂଗ୍ରେସର ଭ୍ରଷ୍ଟାଚାରକୁ ଚାହୁଁନାହାନ୍ତି ଏବଂ ପାର୍ଟିକୁ ଅଲବିଦା କରିବାକୁ ଚାହୁଁଛନ୍ତି। ଅନ୍ୟପଟେ ରାଜ୍ୟବାସୀ ଆମ ପ୍ରତି ଯେପରି ସମର୍ଥନ ଜଣାଇଛନ୍ତି, ତାହା ଦର୍ଶାଉଛି ହିମନ୍ତ ବିଶ୍ୱ ଶର୍ମାଙ୍କ ନେତୃତ୍ୱାଧିନ ସରକାରଙ୍କ କାର‌୍ୟ୍ୟରେ ମତଦାତା ଖୁସି ଅଛନ୍ତି’।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜିତିବା ହାରିବା ଅଲଗା କଥା କିନ୍ତୁ ଲଢିବି ; ସ୍ନେହାଙ୍ଗିନୀ ଛୁରିଆ

ଜିତିବା ହାରିବା ଅଲଗା କଥା କିନ୍ତୁ ଲଢିବି ; ସ୍ନେହାଙ୍ଗିନୀ ଛୁରିଆ

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଥିବା ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରତିକ୍ରିୟା । ମୁଁ ଓଡିଶା ସାରା ବୁଲୁଛି, ପାଖ ଦୂର କିଛି ନୁହେଁ,...

ADVERTISEMENT

Login