ମୁମ୍ବାଇ ; ଆସନ୍ତାକାଲି ରିଲିଜ ହେବ ଫିଲ୍ମ ସିକନ୍ଦର । ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଲା ଆଡଭାନ୍ସ ବୁକିଂ । ସୁପରଷ୍ଟାର ସଲମାନଙ୍କ ଅଭିନୀତ ସିକନ୍ଦର ମୁଭିର ଟ୍ରେଲର ଦର୍ଶକଙ୍କ ମନକୁ ଛୁଇଁଛି । ତେଣୁ ଦର୍ଶକ ମୁଭି ରିଲିଜକୁ ଅପେକ୍ଷା କରିଥିଲେ । ପ୍ରଥମ ଦିନର ବକ୍ସ ଅଫିସରେ ୧୨ କୋଟିରୁ ଅଧିକ କଲେକ୍ସନ କରିଛି । ଦ୍ବିତୀୟ ଦିନର ଆଡଭାନ୍ସ କଲେକ୍ସନ ପାଇଁ ଆଶାବାଦୀ ରହିଛି ପୁରା ଟିମ୍ । ଆଡଭାନ୍ସ ବୁକିଂକୁ ନଜରରେ ରଖି ଫିଲ୍ମଟି ସୁପରହିଟ ହେବାର ସଙ୍କେତ ଦେଉଛି । ସେହିପରି ୧୨.୫୩ କୋଟି ଟଙ୍କା ବକ୍ସଅଫିସରେ କଲେକ୍ସନ ହେବ ବୋଲି ଅନୁମାନ କରାଯାଉଛି । ସିକନ୍ଦର ଫିଲ୍ମ ରିଲିଜ ପାଇଁ ସିନେମାହଲରେ ଜୋରସୋର ପ୍ରସ୍ତୁତି ଚାଲିଛି । ସେହିପରି ଫିଲ୍ମକୁ ନେଇ ସଲମାନ କହିଛନ୍ତି, ସାଢ଼େ ୩ ମିନିଟର ଟ୍ରେଲରରେ କିଛି ନାହିଁ । ୨ ଘଣ୍ଟା ୨୫ ମିନିଟର ଫିଲ୍ମ ଦେଖିବା ପରେ କାହାଣୀ ଜଣାପଡିବ । ଆକ୍ସନ ଫିଲ୍ମରେ ଇମୋସନ ଅତ୍ୟନ୍ତ ଜରୁରୀ ବୋଲି ସଲମାନ କହିଛନ୍ତି । ଫିଲ୍ମର ମୁଖ୍ୟ ଭୂମିକାରେ ରହିଛନ୍ତି ଦବଙ୍ଗ ଖାନ ଓ ରଶ୍ମିକା ମନ୍ଦାନା। ସାଜିଦ୍ ନାଡିୱାଡାୱାଲା ପ୍ରଯୋଜକ ଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ଏ.ଆର୍. ମୁରଗାଡୋସ୍ ।
ଆସନ୍ତାକାଲି ରିଲିଜ ହେବ ଫିଲ୍ମ “ସିକନ୍ଦର”

Facebook
Twitter
LinkedIn
Facebook
Twitter
LinkedIn
Recent News
୧୪ ଦେଶକୁ ଟ୍ରମ୍ପଙ୍କ ଟାରିଫ ମାଡ
ନୂଆଦିଲ୍ଲୀ : ୧୪ ଟି ଦେଶ ଉପରେ ନୂଆ ଟାରିଫ ପ୍ଲାନ ଘୋଷଣା । ଅଗଷ୍ଟ ୧ ତାରିଖରୁ ଲାଗୁ ହେବ ନୂଆ ଟାରିଫ ।େ୧୪ ଦେଶକୁ...
ପୁଣି ମନମୋହନ ହେଲେ ରାଜ୍ୟ ବିଜେପି ସଭାପତି
ଭୁବନେଶ୍ୱର : ସର୍ବ ସହମତିରେ ନିଦ୍ୱର୍ନ୍ଦରେ ନିର୍ବାଚିତ ହେଲେ ମନମୋହନ । ବିଜେପି ରାଜ୍ୟ ସଭାପତି ଭାବେ ମନମୋହନଙ୍କ ନାଁ ଘୋଷଣା । ବିଧିବଦ୍ଧ ଭାବେ ଘୋଷଣା...
ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର : ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି । ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷୁଛି । ଆହୁରି...
୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ
ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...