The Ultimate Managed Hosting Platform
ADVERTISEMENT

ଆସନ୍ତାକାଲି ରଙ୍ଗର ପର୍ବ ହୋଲି

Facebook
Twitter
LinkedIn

ରେଢାଖୋଲ : ଆଉ ଗୋଟିଏ ଦିନ ପରେ ରଙ୍ଗର ପର୍ବ ହୋଲି । ସାତରଙ୍ଗରେ ରଙ୍ଗିନ ହେବାକୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ହୋଲି ରଙ୍ଗକୁ ନେଇ ଦୋକାନୀମାନଙ୍କର ବେପାର ମଧ୍ୟ ଆରମ୍ଭ ହୋଇଗଲାଣି । ଚଳିତ ବର୍ଷ ଡିମାଣ୍ଡରେ ରହିଛି ହର୍ବାଲ ରଙ୍ଗ । ବିଭିନ୍ନ ପିଚକାରୀ ସହ ଆଇରନ ମୁଖା କିଣିବାକୁ ପିଲାମାନେ ବେଶ ପସନ୍ଦ କରୁଛନ୍ତି । ଅନ୍ୟପଟେ ସାଧାରଣ ଗ୍ରାହକମାନେ ଜସମିନ, ଲାଭେଣ୍ଡର୍, ରୋଜ ଭଳି ହର୍ବାଲ ରଙ୍ଗ କିଣିବାକୁ ଅଧିକ ପସନ୍ଦ କରୁଛନ୍ତି । ଖାସ କରି ପିଲାମାନଙ୍କ ପାଇଁ ଏଥର ବଜାରକୁ ଆସିଛି ବିଭିନ୍ନ ପ୍ରକାର ପିଚକାରୀ ସହ ଆଇରନ ମ୍ୟାନ, ସ୍କେଲିଟନ୍, ବ୍ୟାଟ୍ସ ମ୍ୟାନ ମୁଖା । ଯାହାକୁ କିଣିବା ପାଇଁ ପିଲାଙ୍କ ମନରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି । ହୋଲି ପର୍ବର ଏ ରଙ୍ଗିନ୍ ମାହୋଲରେ ରେଢ଼ାଖୋଲରବାସୀ ବେଶ ଉତ୍ସାହିତ ଏବଂ ଖୁସି ଅଛନ୍ତି । ଗାଁଠୁ ସହର ସବୁଆଡେ ଉଡେ ଅବିର । ପରିବେଶ ହୋଇଯାଏ ରଙ୍ଗୀନ । ଏନେଇ ଏବେ ରେଢ଼ାଖୋଲ ସହ ମଧ୍ୟ ବେଶ ଉତ୍ସବମୁଖର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ଭୁବନେଶ୍ୱର : କୁନି ଝିଅ ପିହୁକୁ ଅପହରଣ ହେବାକୁ ବିତିଲାଣି ୫ ବର୍ଷ । ହେଲେ ଏପର୍ଯ୍ୟନ୍ତ ପିହୁର ପତ୍ତା ମିଳୁନି । ଯାଜପୁର ଜିଲ୍ଲା ବିଂଝାରପୁର...

Login