ନୂଆଦିଲ୍ଲୀ : ଭୟଙ୍କର ଆର୍ଥିକ ସଙ୍କଟରେ ଫସିଛି ପାକିସ୍ତାନ, ଯାହାଫଳରେ ପାକିସ୍ତାନ ପାଇଁ ଏଥର ରମଜାନ ବହୁତ କଷ୍ଟସାଧ୍ୟ ହୋଇପଡିଛି। ଦେଶର ଦୈନନ୍ଦିକ ବ୍ୟବହୃତ ଜିନିଷ ବ୍ୟତୀତ ଅଟା ମଧ୍ୟ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ସେହିପରି କଦଳୀ, ଅଙ୍ଗୁର ଭଳି ଫଳ ଏବେ ସ୍ୱପ୍ନ ପରି ହୋଇଯାଇଛି। ଦେଶରେ ବର୍ତ୍ତମାନ କଦଳୀ ଓ ଅଙ୍ଗୁର ଯେଉଁ ମୂଲ୍ୟରେ ବିକ୍ରି ହେଉଛି, ତାହା ଜାଣିଲେ ଆପଣ ଆଶ୍ଚର୍ୟ୍ୟ ହୋଇଯିବେ। ଆନ୍ତର୍ଜାତୀୟ ମୁଦ୍ରାକୋଷ (ଆଇଏମ୍ଏଫ୍) ରୁ ଦେଶ ବହୁତ ଆଶା ରଖିଥିଲା, କିନ୍ତୁ ପାକିସ୍ତାନ ବଦଳରେ ଏହା ଶ୍ରୀଲଙ୍କାକୁ ସାହାଯ୍ୟ କରିବା ଭଲ ବୋଲି ଭାବିଥିଲା। ତେଣୁ ଭବିଷ୍ୟତରେ ଏହି ଦେଶରେ କ’ଣ ହେବ, ତାହା ବର୍ତ୍ତମାନ କେହି କହିପାରିବେ ନାହିଁ।
ପାକିସ୍ତାନରେ ଏକ ଡଜନ କଦଳୀର ଦାମ୍ ୫୦୦ ଟଙ୍କା ପର୍ୟ୍ୟନ୍ତ ପହଞ୍ଚିଯାଇଛି। ସେହିପରି ଅଙ୍ଗୁର କିଲୋଗ୍ରାମ ପିଛା ୧୬୦୦ ଟଙ୍କାରେ ବିକ୍ରି ହେଉଛି। ପିଆଜ ଦର ୨୨୮.୨୮ ପ୍ରତିଶତ ବୃଦ୍ଧି ପାଇଛି। ଯେତେବେଳେ କି, ଅଟାର ଦାମ୍ ୧୨୦.୬୬ ପ୍ରତିଶତ ବୃଦ୍ଧି ପାଇଛି। ସେପଟେ ଦେଶରେ ଡିଜେଲ ବର୍ତ୍ତମାନ ୧୦୨.୮୪ ପ୍ରତିଶତ ଏବଂ ପେଟ୍ରୋଲ ୮୧.୧୭ ପ୍ରତିଶତ ମୂଲ୍ୟରେ ମହଙ୍ଗା ବିକ୍ରି ହେଉଛି। ସେହିପରି ଯଦି ଆମେ ଅଣ୍ଡା କଥା ଦେଖିବା, ତେବେ ଏହାର ମୂଲ୍ୟରେ ପାଖାପାଖି ୮୦ ପ୍ରତିଶତ ବୃଦ୍ଧି ଆସିଛି। ପାକିସ୍ତାନର ଆର୍ଥିକ ସଙ୍କଟ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି।
ଆର୍ଥିକ ସଙ୍କଟରେ ଫସିଛି ପାକିସ୍ତାନ, ରମଜାନରେ ସ୍ଥିତି ଭୟଙ୍କର!

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...