The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଆଫଗାନିସ୍ତାନରେ ଭୟଙ୍କର ସଡ଼କ ଦୁର୍ଘଟଣା, ୨୪ ମୃତ

Facebook
Twitter
LinkedIn

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଏକ ସଡ଼କ ଦୁର୍ଘଟଣାରେ ୨୪ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଆଠ ଜଣ ଶିଶୁ ଏବଂ ୧୨ ଜଣ ମହିଳାଙ୍କ ସମେତ ୨୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ଏକ ଭ୍ୟାନରେ ଯାତ୍ରା କରୁଥିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି । ଏହି ଭ୍ୟାନରେ କ୍ଷମତାଠାରୁ ଅଧିକ ଯାତ୍ରୀ ଥିବାରୁ ଭ୍ୟାନଟି ଭାରସାମ୍ୟ ହରାଇଥିଲା । ସର-ଏ-ପୋଲ ପ୍ରଦେଶ ପୋଲିସର ମୁଖ୍ୟ ଦୀନ ମହମ୍ମଦ ନାଜରୀ କହିଛନ୍ତି ଯେ, ଭ୍ୟାନ୍ ଡ୍ରାଇଭରଙ୍କ ଅସାବଧାନତା ପାଇଁ ଗାଡି ଟି ରାସ୍ତାରୁ ତଳକୁ ଖସିପଡିଥିଲା । ଏହି ଭୟଙ୍କର ଦୁର୍ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାସ୍ତାର ଖରାପ ଅବସ୍ଥା ହେତୁ ଆଫଗାନିସ୍ତାନରେ ପ୍ରତିଦିନ ଦୁର୍ଘଟଣା ଘଟୁଛି । ତାଲିବାନ ଶାସନ ପରେ ରାସ୍ତାର ଅବସ୍ଥା ଆହୁରି ଖରାପ ହୋଇଯାଇଛି । ସଡକ ଏବଂ ପରିବହନର ଅତ୍ୟାବଶ୍ୟକ କାର୍ୟ୍ୟ ସବୁ ଅଟକି ଯାଇଛି । ତାଲିବାନ ଶାସନର ଅବହେଳା ପାଇଁ ସାଧାରଣ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସୋଭନା ମହାନ୍ତିଙ୍କୁ ମହିଳା କମିଶନ ଅଧ୍ୟକ୍ଷା ଓ ବବିତା ପାତ୍ରଙ୍କୁ ଶିଶୁ ସୁରକ୍ଷା ଆୟୋଦ ଅଧ୍ୟକ୍ଷା ଭାବେ ନିଯୁକ୍ତ ଦେଲେ ରାଜ୍ୟ ସରକାର

ସୋଭନା ମହାନ୍ତିଙ୍କୁ ମହିଳା କମିଶନ ଅଧ୍ୟକ୍ଷା ଓ ବବିତା ପାତ୍ରଙ୍କୁ ଶିଶୁ ସୁରକ୍ଷା ଆୟୋଦ ଅଧ୍ୟକ୍ଷା ଭାବେ ନିଯୁକ୍ତ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର : ସୋଭନା ମହାନ୍ତି ହେଲେ ନୂଆ ମହିଳା କମିଶନ ଅଧ୍ୟକ୍ଷା । ୩ ବର୍ଷ ପାଇଁ ନିଯୁକ୍ତ ହେଲେ ରାଜ୍ୟ ସରକାର । ନିଯୁକ୍ତି ନେଇ...

ADVERTISEMENT
ଉତ୍ତରକାଶୀରେ ବାଦଲ ଫଟା ବର୍ଷା, ବାଦଲଫଟା ବର୍ଷାରେ ଭାସିଗଲା ଘର

ଉତ୍ତରକାଶୀରେ ବାଦଲ ଫଟା ବର୍ଷା, ବାଦଲଫଟା ବର୍ଷାରେ ଭାସିଗଲା ଘର

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ଉତ୍ତରକାଶୀରେ ବାଦଲଫଟା ବର୍ଷା । ପାହାଡିଆ ଅଞ୍ଚଳରେ ବାଦଲଫଟା ବର୍ଷା ଯୋଗୁ ଭୂସ୍ଖଳନ । ବାଦଲଫଟା ବର୍ଷା ଓ ଭୂସ୍ଖଳନ ଯୋଗୁଁ ଜନଜୀବନ...

ଜମ୍ମୁକାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ

ଜମ୍ମୁକାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ

ନୂଆଦିଲ୍ଲୀ : ଜମ୍ମୁକାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ । ୭୯ ବର୍ଷ ବୟସରେ ସତ୍ୟପାଲ ମଲ୍ଲିକଙ୍କ ପରଲୋକ । ଆରଏମଏଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ...

Login