କଟକ : ହାଇକୋର୍ଟରେ ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ମାମଲା । ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଉପରେ ରହିତାଦେଶ ଦେଲେ ଓଡିଶା ହାଇକୋର୍ଟ। ରେରା ଆଇନ ପୂର୍ବରୁ ଶେଷ ହୋଇଥିବା ଆପାର୍ଟମେଣ୍ଟରେ ରେଜିଷ୍ଟ୍ରେସନ ସମସ୍ୟା ନଥିବା ନେଇ ସରକାର ବିଜ୍ଞପ୍ତି କରିଥିଲେ । କିନ୍ତୁ ଏବେ ଏହା ଉପରେ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ନଗର ଉନ୍ନୟନ ବିଭାଗ ପକ୍ଷରୁ ଫେବୃଆରୀ ୧ରେ ଜାରି ହୋଇଥିବା ବିଜ୍ଞପ୍ତି ଉପରେ ହାଇକୋର୍ଟ ଏହି ରହିତାଦେଶ ଦେଇଛନ୍ତି । ଆସନ୍ତା ବୁଧବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ । କାର୍ୟ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନା ଓ ଜଷ୍ଟିସ ମୃଗାଙ୍ଗ ଶେଖର ସାହୁଙ୍କ ଖଣ୍ଡପୀଠ ଏହି ରହିତାଦେଶ ଦେଇଛନ୍ତି ।
Views: 51