ନୂଆଦିଲ୍ଲୀ :ଦିଲ୍ଲୀରେ ଆପକୁ ବଡ ଝଟକା । ଦିଲ୍ଲୀରେ ଆମ ଆଦମୀ ପାର୍ଟିର ୧୫ ଜଣ କାଉନସିଲର ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ହେମଚନ୍ଦ୍ର ଗୋୟଲଙ୍କ ନେତୃତ୍ୱରେ ଏକ Third Front Party ଗଠନ ହେବାକୁ ଯାଉଛି । ସମସ୍ତ ନିଗମ କାଉନସିଲର ଇସ୍ତଫା ଦେଇ ‘ଇନ୍ଦ୍ରପ୍ରସ୍ଥ ବିକାଶ ପାର୍ଟି’ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ପାର୍ଟିର ଲିଡର ମୁକେଶ ଗୋୟଲ ହେବେ । ହେମଚନ୍ଦ୍ର ଗୋୟଲ, ଦିନେଶ ଭାରଦ୍ବାଜ, ହିମାନୀ ଜୈନ, ଉଷା ଶର୍ମା, ସାହିବ କୁମାର, ରାଖି କୁମାର, ଅଶୋକ ପାଣ୍ଡେ, ରାଜେଶ କୁମାର, ଅନିଲ ରାଣା, ଦେବେନ୍ଦ୍ର କୁମାର ପ୍ରମୁଖ ଇସ୍ତଫା ଦେଇଛନ୍ତି ।
Views: 51