ନୂଆଦିଲ୍ଲୀ : ଗୁଜରାଟର ବନାସକାଣ୍ଠା ଜିଲ୍ଲାର ଡିସାରେ ଥିବା ଏକ ଆତସବାଜି ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ । ଏହି ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ନିଆଁ ଲାଗିବା ସୂଚନା ମିଳିବା ପରେ ଅଗ୍ନିଶମ ଟିମ୍ ଏବଂ ଏସଡିଆରଏଫ ଟିମ୍ ଉଦ୍ଧାର ପାଇଁ ଘଟଣା ସ୍ଥଳରେ ପହଞ୍ଚିଛି । ସକାଳ ୯ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଖବର ମୁତାବକ, ଗୁଜରାଟ ଡିସାରେ ଥିବା ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ ହୋଇଥିଲା । କାରଖାନାରେ ନିଆଁ ଲାଗିବା ଯୋଗୁଁ ଭିତରେ କାମ କରୁଥିବା ଶ୍ରମିକ ଫସିଯାଇଥିଲେ । ଘଟଣାରେ ୧୩ ଜଣଙ୍କ ଜୀବନ ଚାଲିଯାଇଥିବା ଜଣାପଡିଛି । ଭୟଙ୍କର ନିଆଁରେ ବିସ୍ଫୋରଣ ଘଟି ୨୦୦ ମିଟର ଦୂର ପର୍ୟ୍ୟନ୍ତ ଜିନିଷ ଛିଟିକି ପଡିଥିଲା ।ଦୁର୍ଘଟଣା ସମୟରେ କାରଖାନାରେ ୨୦ରୁ ଅଧିକ ଲୋକ ଥିଲେ । ୧୩ ଜଣଙ୍କ ମୃତଦେହ ମିଳିଥିବା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୋଦାମରେ ବୟଲର ଯୋଗୁଁ ଭୀଷଣ ନିଆଁ ଲାଗିଥିଲା ।
Views: 22