ଭୁବନେଶ୍ୱର : ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା । ରାଜ୍ୟର ୪ ସଂସଦୀୟ କ୍ଷେତ୍ର ପାଇଁ ଚାଲିଛି ମତଦାନ । ୨୮ ବିଧାନସଭା କ୍ଷେତ୍ର ପାଇଁ ମଧ୍ୟ ଆରମ୍ଭ ହେବ ମତଦାନ । ମତଦାନ ଆରମ୍ଭ ପୂର୍ବରୁ ବୁଥରେ ଭୋଟର ପହଁଚିଥିଲେ । ମତାଧିକାର ସାବ୍ୟସ୍ତ କରି ଆଗାମୀ ୫ବର୍ଷ ପାଇଁ ନୂଆ ଜନପ୍ରତିନିଧି ବାଛିବେ ଭୋଟର । ସକାଳ ୭ଟାରୁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା ବେଳେ ସଂଧ୍ୟା ୬ଟା ଯାଏ ମତଦାନ ଚାଲିବ, ନୂଆକରି ଭୋଟ ଦେବାକୁ ଥିବା ଯୁବପିଢି ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ପ୍ରଥମ ପର୍ୟ୍ୟାୟ ନିର୍ବାଚନ ଲାଗି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତି କରାଯାଇଛି । ପ୍ରଥମ ପର୍ୟ୍ୟାୟ ଭୋଟ ଲାଗି ୭ହଜାର ୩୦୩ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ଦୁର୍ଗମ ଇଲାକା ଗୁଡିକରେ ମଧ୍ୟ ଏୟାରଡ୍ରପ୍ ଜରିଆରେ ପହଁଚିଛନ୍ତି ପୋଲିଂ ଅଧିକାରୀ । ସେହିପରି ପ୍ରଥମ ପର୍ୟ୍ୟାୟ ନିର୍ବାଚନରେ ୧୭ହଜାର ପୋଲିସ୍ ଫୋର୍ସ, ୧୦୪ କମ୍ପାନୀ ଅର୍ଦ୍ଧସାମରିକ ଯବାନ ବାହିନୀ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି । ସୀମାନ୍ତ ଅଂଳଚରେ ମଧ୍ୟ ପୋଲିସ ପକ୍ଷରୁ କଡାକଡି ଚେକିଂ କରାଯାଉଛି । ହେଲିକପ୍ଟର ଓ ଏୟାର ଆମ୍ବୁଲାନ୍ସର ମଧ୍ୟ ବ୍ୟବସ୍ଥା କରାଯାଇଛି, ସୁରକ୍ଷା ଲାଗି ୬ଶହ ମୋବାଇଲ ପାର୍ଟି ନିୟୋଜିତ ହୋଇଥିବା ବେଳେ ଏମାନେ ସମସ୍ତ ପୋଲିଂ ବୁଥ ଯାଇ ସୁରକ୍ଷାର ତଦାରଖ କରିବେ । ସେହିପରି ଫ୍ଲାଇଂ ସ୍କ୍ୱାର୍ଡ ଓ ଷ୍ଟାଟିସଟିକ୍ ସର୍ଭେଲାନ୍ସ ଟିମ୍ ମଧ୍ୟ ମୁତୟନ ହୋଇଛନ୍ତି ।
ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ

Facebook
Twitter
LinkedIn
Facebook
Twitter
LinkedIn
Recent News
ଏଥର ଦିଲ୍ଲୀରେ ‘ସବୁଜ’ ଦୀପାବଳି
ନୂଆଦିଲ୍ଲୀ : ଦିଲ୍ଲୀ ଏନସିଆରରେ ସବୁଜ ବାଣକୁ ସୁପ୍ରିମକୋର୍ଟଙ୍କ ଅନୁମତି । ଆସନ୍ତା ୨୧ ତାରିଖ ଯାଏଁ ସବୁଜ ବାଣକୁ ଅନୁମତି । ଅସ୍ଥାୟୀ ଭାବେ ସବୁଜ...
ବଣାଇର ପୂର୍ବତନ ବିଧାୟକଙ୍କ ପରଲୋକ
ବଣାଇ : ବଣାଇର ପୂର୍ବତନ ବିଧାୟକ ହେମେନ୍ଦ୍ର ପ୍ରସାଦ ମହାପାତ୍ରଙ୍କ ପରଲୋକ । ଖଟୁଗାଁରେ ୯୨ ବର୍ଷ ବୟସରେ ଆଖି ବୁଜିଲେ ହେମେନ୍ଦ୍ର ପ୍ରସାଦ ମହାପାତ୍ର ।...
ନବୀନ ନିବାସରେ ଟିକେଟ କସରତ
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ବିଜେଡିକୁ ମିଳୁନି ପ୍ରାର୍ଥୀ । ନବୀନ ନିବାସରେ ଟିକେଟ ପାଇଁ କସରତ । ନବୀନ ନିବାସରେ ବରିଷ୍ଠ ବିଜେଡି ନେତୃତ୍ୱ...
ଚଳନ୍ତା କାରରୁ ଯୁବକଙ୍କୁ ଅପହରଣ
କୋଣାର୍କ : ଚଳନ୍ତା କାରରୁ ଯୁବକଙ୍କୁ ଅପହରଣ ଅଭିଯୋଗ । ନିମାପଡା ମୁଖ୍ୟ ରାସ୍ତା ବନାଖଣ୍ଡି ନିକଟରେ ଅପହରଣ ଅଭିଯୋଗ । ସାଙ୍ଗମାନଙ୍କ ସହ କାରରେ ଭୁବନେଶ୍ୱର...