ଭୁବନେଶ୍ୱର : ଆଜି ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳ । ଅପରାହ୍ନ ୪ଟାରେ ସିଏଚଏସଇ ପକ୍ଷରୁ ଘୋଷଣା । ୫ଟାରେ ପରୀକ୍ଷା ଫଳ ଦେଖିପାରିବେ ପରୀକ୍ଷାର୍ଥୀ । ଏଥର ପ୍ରାୟ ୪ ଲକ୍ଷ ପିଲା ପ୍ଲସ୍ ଟୁ ପରୀକ୍ଷା ଦେଇଛନ୍ତି। ଚଳିତ ବର୍ଷ ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ମିଶାଇ ୩ ଲକ୍ଷ ୯୨ ହଜାରରୁ ଅଧିକ ପିଲା ଫର୍ମ ପୂରଣ କରିଥିଲେ। କଳାରେ ସର୍ବାଧିକ ୨ଲକ୍ଷ ୪୬ ହଜାର ପରୀକ୍ଷାର୍ଥୀ ରହିଛନ୍ତି । ବିଜ୍ଞାନରେ ପ୍ରାୟ ୧ଲକ୍ଷ ୧୫ ହଜାର, ବାଣିଜ୍ୟରେ ୨୫ ହଜାର ଓ ଧନ୍ଦାମୂଳକ ବିଭାଗରେ ୫ ହଜାର ୭୦୦ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଫେବୃଆରୀ ୧୮ ରୁ ଆରମ୍ଭ ହୋଇଥିଲା ପରୀକ୍ଷା। ପିଲାଙ୍କ ପାଇଁ କରାଯାଇଥିଲା ୧ ହଜାର ୨୭୬ ପରୀକ୍ଷା କେନ୍ଦ୍ର। chseodisha.nic.in ଓ odisharesults,nic,in ୱେବସାଇଟରେ ରେଜଲ୍ଡ ପ୍ରକାଶିତ ହେବ।
Views: 51