କଟକ : ଟି-୨୦ ଟକ୍କର ପୂର୍ବରୁ ଆଜି ବାରବାଟୀରେ ନେଟ୍ ପ୍ରାକ୍ଟିସ୍ । ଆଜି ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ନେଟ୍ ପ୍ରାକ୍ଟିସ କରିବେ । ୩ ଘଣ୍ଟା ଅଭ୍ୟାସ କରିବ ଟିମ୍ ଇଣ୍ଡିଆ । ଅପରାହ୍ନ ୧ଟା୩୦ରୁ ୪ଟା୩୦ ଯାଏ ଅଭ୍ୟାସ କରିବ ଟିମ୍ ଇଣ୍ଡିଆ । ସେହିପରି ଦକ୍ଷିଣ ଆଫ୍ରିକା ଟିମ ସନ୍ଧ୍ୟା ସାଢ଼େ ୫ଟାରୁ ରାତି ୮ଟା ୩୦ ଯାଏ ଅଭ୍ୟାସ କରିବ । ଅଭ୍ୟାସ ମ୍ୟାଚ ଦେଖିବାକୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ ବାରବାଟୀ ଷ୍ଟାଡିୟମ । ଗ୍ୟାଲେରୀ ନମ୍ବର ୬ ଓ ୭ରେ ଦର୍ଶକ ମାନେ ଅଭ୍ୟାସ ଦେଖି ପାରିବେ । ଗତକାଲି ଦୁଇ ଦଳ ଖେଳାଳି ଭୁବନେଶ୍ବରରେ ପହଞ୍ଚି ସାରିଛନ୍ତି । ରାତିରେ ଭାରତୀୟ ଦଳର ଅଧିନାୟକ ସୂର୍ୟ୍ୟ କୁମାର ଯାଦବ ଓ ଆଉ ୫ ସାଥୀ ଖେଳାଳି ଭୁବନେଶ୍ୱରରେ ପହଞ୍ଚିଥିଲେ । ଶୁବମନ୍ ଗିଲ୍, ଶିବମ ଦୁବେ, ଜିତେଶ ଶର୍ମା, ଅଭିଷେକ ଶର୍ମା ଓ ଅକ୍ଷର ପଟେଲ ପହଞ୍ଚିଥିଲେ । ଅପରାହ୍ନରେ ଟିମ୍ ଇଣ୍ଡିଆର କୋଚ୍, ସପୋର୍ଟ ଷ୍ଟାଫ୍ ଏବଂ କିଛି ଖେଳାଳି ଭୁବନେଶ୍ୱରରରେ ପହଞ୍ଚି ଥିଲେ । ହୋଟେଲ ମେଫେୟରରେ ଅଛନ୍ତି ଦୁଇ ଦଳର ସମସ୍ତ ଖେଳାଳି । କଡ଼ା ସୁରକ୍ଷା ବଳୟ ଭିତରେ ରହିଛି ହୋଟେଲ ମେ ଫେୟାର । ଖେଳାଳିଙ୍କ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଆଜି ବାରବାଟୀରେ ଅଭ୍ୟାସ ମ୍ୟାଚ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











