ଭୁବନେଶ୍ୱର : କାର୍ତ୍ତିକ ପୂର୍ଣ୍ଣିିମା ପରଦିନ ଛାଡଖାଇ ପଡିଥାଏ । ମାସ ଯାକ ଆମିଷ ନ ଖାଇ ନିରାମିଷ ଖାଦ୍ୟ ଖାଇ ପୂଣ୍ୟ ଅର୍ଜନ କରିଥାନ୍ତି ଲୋକେ । ପୂର୍ଣ୍ଣିମା ପରଦିନ ମାଣବସା ଗୁରୁବାର ପଡିଥିବାରୁ ଛାଡଖାଇ ପୁରାପୁରି ମାଡ ଖାଇ ଯାଇଥିଲା । ଆଉ ଆଜି ହେଉଛି ଶୁକ୍ରବାର । ତେଣୁ ଛାଡଖାଇ ପାଳନ କରିବାକୁ ଆମିଷ ବଜାରରେ ପ୍ରବଳ ଭିଡ । ହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମାର୍କେଟରେ ଚିକେନ୍, ମାଛ, ଚିଙ୍ଗୁଡ଼ି , କଙ୍କଡ଼ା ଆଦି ପର୍ୟ୍ୟାପ୍ତ ପରିମାଣରେ ରଖାଯାଇଛି । ବିଶେଷ କରି ମଟନ କେଜି ୮୫୦,ଚିକେନ କେଜି ୨୦୦,ଦେଶୀ ଚିକେନ କେଜି ୫୦୦,ଇଲିଶି କେଜି ୨୦୦୦୦,ରୋହି କେଜି ୨୦୦ଅଧିକ ରହିଛି ।

ରାଜ୍ୟର ସକାଳୁ ସକାଳୁ ଆଜି ଆମିଷ ବଜାରରେ ଭିଡ଼ ଦେଖିବାକୁ ମିଳିଲାଣି । ଦାମକୁ ନଦେଖି ନିଜ ନିଜ ପସନ୍ଦର ଆମିଷ କିଣିବାରେ ବ୍ୟସ୍ତ ଗ୍ରାହକ । ଗୋଟିଏ ମାସର ବ୍ୟବଧାନ ପରେ ଛାଡଖାଇରେ ଭଳ ବ୍ୟବସାୟ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ବ୍ୟବସାୟୀ । ଗତକାଲି ଗୁରୁବାର ଥିବାରୁ କାଁ ଭାଁ ଲୋକ ଆମିଷ ଖାଇଥିଲେ । ତେବେ ଆଜି ଭେରାଇଟ ଆମିଷ ଖାଦ୍ୟ ଖାଇବାକୁ ଲୋକଙ୍କ ଭିଡ଼ ଜମିଛି ।











