The Ultimate Managed Hosting Platform
ADVERTISEMENT

ଆଜି ନିଜ ଜନ୍ମ ମାଟିରେ ହେବ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ଶେଷକୃତ୍ୟ

Facebook
Twitter
LinkedIn

ଭୁବନେଶ୍ୱର : ପରଲୋକରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ । ଆଜି ନିଜ ଜନ୍ମ ମାଟିରେ ହେବ ତାଙ୍କର ଶେଷକୃତ୍ୟ । ରାଷ୍ଟ୍ରୀୟ ମର୍ୟ୍ୟାଦାର ସହ ଜନ୍ମମାଟିରେ ହେବ ଶେଷକୃତ୍ୟ । ଶତାୟୁ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପାର୍ଥିବ ଶରୀର କଟକ ଐତିହାସିକ ସ୍ଵରାଜ ଆଶ୍ରମରେ ଶେଷ ଦର୍ଶନ ପାଇଁ ରଖାଯାଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ସ୍ବରାଜ ଆଶ୍ରମ ଆସି ସାମଲଙ୍କ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ଜଣେ ମୁରବୀଙ୍କୁ ରାଜ୍ୟ ହରାଇଲା ବୋଲି କହିଛନ୍ତି ମନ୍ତ୍ରୀ । ସ୍ବରାଜ ଆଶ୍ରମରୁ ମରଶରୀର ଯାଜପୁର ବାହାରିଛି । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବାଲିପଡ଼ିଆରେ ରାଷ୍ଟୀୟ ସମ୍ମାନ ପ୍ରଦାନ ପରେ ନୀଳମଣିଙ୍କ ଶେଷକୃତ୍ୟ ସଂପନ୍ନ ହେବ । ୧୦୨ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ କଟକ ଏସସିବିରେ ମୃତ୍ୟୁବରଣ କରିଥିଲେ । ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ଥିଲେ ନୀଳମଣି ସାମଲ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login