The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଆଜି ଆପଣଙ୍କ ରାଶିରେ (ତା.୨୯-୦୫-୨୦୨୩ ରିଖ ସୋମବାର)

Facebook
Twitter
LinkedIn

ମେଷ-ଆଜିର ଗ୍ରହସ୍ଥିତି ଅନୁକୂଳତା ରହିବା ବେଳେ ଅପରାହ୍ନରେ ପରିସ୍ଥିତି ବଦଳି ଯିବ । ଆଜିର ଯାତ୍ରା, ବ୍ୟବସାୟ, ଅଧ୍ୟୟନ, ଅଧ୍ୟାପନା, ଗବେଷଣା କଳା, ସାହିତ୍ୟ ଓ ରଚନାମତ୍କ କାମରେ ପ୍ରଶଂସିତ ହେବେ । ରାଜନୀତି, ସଭାସମିତି ତଥା ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ । ପିଲାଙ୍କ କଥାକୁ ନେଇ ମାନସିକ ସ୍ଥିତି ଠିକ୍‌ ରହିବନି ।

ବୃଷ-ଆପଣଙ୍କ ଭୁଲ୍‌ ନିଷ୍ପତ୍ତି କାମରେ ଦ୍ୱନ୍ଦ୍ୱ, ପରିବାରରେ ଅଶାନ୍ତି ଓ ଅର୍ଥପ୍ରାପ୍ତିରେ ସମସ୍ୟା ସୃଷ୍ଟି କରିବ। ଇଚ୍ଛା ନ ଥିଲେ ମଧ୍ୟ ବାହାର କାମରେ ବେଶି ସମୟ କଟାଇବାକୁ ପଡ଼ିପାରେ । ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ ଭାଷଣରୁ କଳହର ସମ୍ଭାବନା ରହିଛି । ପରିବାରର ଆବଶ୍ୟକତା ଅନୁଯାୟୀ ଗୃହୋପକରଣ କ୍ରୟ କରିବାକୁ ମନ ବଳାଇବେ ।

ମିଥୁନ-ପାରିବାରିକ କଳହ କାରଣରୁ ଦୁଶ୍ଚିନ୍ତାରେ ରହିବେ । ମୃଗଶିରା ନକ୍ଷତ୍ର ପ୍ରୀତିପ୍ରଦ ହେବା ସାଙ୍ଗକୁ ମିତ୍ରମାନେ ପ୍ରଶଂସା ଗାଇ ବୁଲିବେ। ପ୍ରକାଶନ, ପ୍ରଶାସନ, ପରିବହନ ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ । ସାମାଜିକ ସ୍ତରରେ ପରିସ୍ଥିତିକୁ ଦେଖି ସବୁ ଜାଣିଶୁଣି ସୁଦ୍ଧା ଚୁପ୍‌ ରହିବାକୁ ବାଧ୍ୟ ହୋଇପାରନ୍ତି ।

କର୍କଟ-ବିଭିନ୍ନ ନକାରାମତ୍କ ଭାବନା ମନକୁ ବିଷାକ୍ତ କରିପାରେ । ଗତକାଲିର ଯୋଜନା ଠିକ୍‌ ଭାବରେ ବଦଳାଇବା ପାଇଁ କଷ୍ଟକର ହେବ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ସାହିତ୍ୟ, କଳା, ସଙ୍ଗୀତ, ଚଳଚ୍ଚିତ୍ର ତଥା ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ ।

ସି˚ହ-ପରିସ୍ଥିତିର ଭାରସାମ୍ୟ ରକ୍ଷା କରିବାକୁ ଯାଇ ମିଥ୍ୟାଳାପ କରିବାକୁ ପଡ଼ିପାରେ। ଖଳ ଲୋକଙ୍କ କଥାରେ ପ୍ରଭାବିତ ହୋଇ ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ଭୁଲ୍‌ ଧାରଣା ପୋଷଣ କରିବ । କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ଏଜେନଶିପ୍‌, ସାମ୍ବାଦିକତାରୁ ଖୁସି ରହିବେ। ଗୁରୁଜନଙ୍କଠାରୁ ପରାମର୍ଶ ପାଇ ଆମତ୍ତୃପ୍ତି ଲାଭ କରିବେ ।

କନ୍ୟା-ଆଜି ସମସ୍ୟା ସମାଧାନ ସାଙ୍ଗକୁ କାର୍ଯ୍ୟ ହାସଲ କରିବାରେ ସମର୍ଥ ହେବେ । ଯିଏ ଯେତେ ପ୍ରକାରର ଶତ୍ରୁତା କଲେ ମଧ୍ୟ କିଏ କିଛି କରିପାରିବେ ନାହିଁ। ଦୀର୍ଘ ଦିନରୁ ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ । ଆର୍ଥିକ ଅନଟନ ଲାଗି ରହିବା କାରଣରୁ ସାମୟିକ ମାନସିକ ଅସ୍ଥିରତା ଦେଖାଦେଇପାରେ ।

ତୁଳା-ଆଜି ଆପଣଙ୍କ ସକାଶେ ଏକ ସ୍ମରଣୀୟ ଦିବସ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯଦି କିଛି ଅସୁବିଧା ପରିଲକ୍ଷିତ ହୁଏ ତାହା ନିଜ ଦୋଷରୁ ହିଁ ହେବାର ଆଶଙ୍କା ରହିଛି। ଚିତ୍ରା ନକ୍ଷତ୍ର କର୍ମକ୍ଷେତ୍ରରେ କୌଣସି ଖବର ପାଇ ବିସ୍ମିତ ହେବେ । ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବାର ଆଶା କରାଯାଇପାରେ ।

ବିଛା-ଆଜି ଉପରିସ୍ଥଙ୍କ ଆଦେଶପ୍ରାପ୍ତହୋଇ ଦୂରଯାତ୍ରା କରିବାକୁ ବାଧ୍ୟ ହେବେ । ଶୁଭ ଖବର ପାଇ ମନ ଖୁସି ହୋଇଯିବ । ତରବରିଆ କାମ କଲେ ସବୁ ଓଲଟ ପାଲଟ ହୋଇଯିବ । ଯାନବାହନ ଚଳାଚଳରେ ସତର୍କତା ବିଧେୟ । ସେବା ଓ ପରୋପକାର ହେତୁ ନିଜ ପରିସରରେ ପ୍ରତିଷ୍ଠିତ ହେବାର ସମ୍ଭାବନା ରହିଛି ।

ଧନୁ-ଦିନଭରି ମନ ପ୍ରଫୁଲ୍ଲ ରହିବ ଓ ଯେମିତି ଯାହା ଚାହୁଁଛନ୍ତି ପାଇବାରେ ଅସୁବିଧା ହେବ ନାହିଁ। ପାରିବାରିକ ସ୍ତରରେ ଟେନସନ୍‌ କିଛି ମାତ୍ରାରେ ବଢିଯିବ । କର୍ମକ୍ଷେତ୍ରରେ ମନୋବଳ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହିଲେ ସମସ୍ୟାକୁ ନିମନ୍ତ୍ରଣ କରିବେ। ଅଭାବ ଲାଗିରହୁଥିବାରୁ ଆର୍ଥିକ ଉନ୍ନତି ପାଇଁ ଚିନ୍ତାପ୍ରକଟ କରିପାରନ୍ତି ।

ମକର-ଆଜିର କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ସ୍ବାଭାବିକ ରହିବ । ଛୋଟ କାମ ହାତକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିପାରନ୍ତି । ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ ସମ୍ପର୍କ ହାନି ଘଟିପାରେ । ବହୁଜନ ସମାଗମ ସ୍ଥାନରେ ସମ୍ପର୍କୀୟଙ୍କ ଆକ୍ଷେପୋକ୍ତିରୁ କ୍ରୋଧିତ ହୋଇପାରନ୍ତି ।

କୁମ୍ଭ-ଧର୍ମ କାର୍ଯ୍ୟରେ ବନ୍ଧୁଙ୍କୁ ସହଯୋଗ କରି ଆମତ୍ତୃପ୍ତି ଲାଭ କରିପାରନ୍ତି । ପ୍ରିୟବ୍ୟକ୍ତି ମେଳରେ ଗାମ୍ଭୀଯର୍‌ୟ ରକ୍ଷାକଲେ ତାହା ହିଁ ବ୍ୟକ୍ତିତ୍ୱ ବିକାଶରେ ସହାୟକ ହୋଇପାରିବ । ନିଜର ଫାଇଦା ହାସଲ ସକାଶେ ଭଲ ସମ୍ପର୍କ ଥିବା ବନ୍ଧୁ ଅସୁବିଧାରେ ପକାଇପାରନ୍ତି। ଅଧିକାଂଶ ସମୟରେ ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇପାରେ ।

ମୀନ-ଶୁଭଚନ୍ଦ୍ର ଯାତ୍ରାକୁ ସୁଗମ କରିବ, କିନ୍ତୁ ପାରିବାରିକ କ୍ଷେତ୍ର ସକାଶେ ସାମାନ୍ୟ ପ୍ରତିକୂଳ ପ୍ରଭାବ ପକାଇବ । ଆପଣ ଅର୍ଥପ୍ରାପ୍ତି, ସୌଜନ୍ୟ, ମଧୁର ବ୍ୟବହାର ଦ୍ୱାରା ବନ୍ଧୁଙ୍କୁ ଆପ୍ୟାୟିତ କରି ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରିପାରିବେ ନାହିଁ । କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login