The Ultimate Managed Hosting Platform
ADVERTISEMENT

ଆଜି ଆପଣଙ୍କ ରାଶିରେ (ତା.୦୯-୦୬ -୨୦୨୩ ରିଖ ଶୁକ୍ରବାର)

Facebook
Twitter
LinkedIn

ମେଷ-ଆଜିର ଦଶମ ଚନ୍ଦ୍ର ଶନି କ୍ଷେତ୍ରରେ ଅବସ୍ଥାନ କରି ମୃଦୁ ମନ୍ଦ ଗତିରେ କର୍ମପ୍ରବାହକୁ ଆଗକୁ ଗଡ଼ାଇନେବେ। ଆନୁଷ୍ଠାନିକ କାମ ସକାଶେ ତତ୍ପର ହେବେ। ପାରିବାରିକ କ୍ଷେତ୍ରରେ ରାହୁଙ୍କ ନକ୍ଷତ୍ରର କୁପ୍ରଭାବରୁ ମତାନ୍ତରଜନିତ ଅନର୍ଥ ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ର, ବାଣିଜ୍ୟ, ପ୍ରଶାସନ, ସାମ୍ବାଦିକତା ତଥା ସଭାସମିତିରେ ପ୍ରଶଂସିତ ହେବେ।

ବୃଷ-ମନ ଚାହୁଁ ନ ଥିବା କେତେକ କାମ ପରିସ୍ଥିତିରେ ପଡି କରିବାକୁ ବାଧ୍ୟ ହେବେ। ବନ୍ଧୁଙ୍କ ସମ୍ମୁଖରେ ପାରିବାରିକ ଜୀବନର ଅକୁହା କଥାକୁ ଲୁଚାଇ ରଖି ହସି ହସି କଥା କହିବେ। ସନ୍ଧ୍ୟା ସୁଦ୍ଧା ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ। ମଧ୍ୟାହ୍ନରେ ବନ୍ଧୁମିଳନଜନିତ ମାନସିକ ସ୍ତରରେ ସୁସ୍ଥ ମାନସିକତା ପରିଲକ୍ଷିତ ହେବ।

ମିଥୁନ-କେତେକ କ୍ଷେତ୍ରରେ ଅନ୍ୟକୁ ଖୁସି କରିବାକୁ ଯାଇ ନିଜର ସ୍ବାର୍ଥକୁ ବଳି ଦେଇପାରନ୍ତି। ଘରୋଇ କଥା ମନରେ ବାରମ୍ବାର ଆଲୋଡ଼ନ ସୃଷ୍ଟି କରି ଚିନ୍ତାଧାରାକୁ ବିକ୍ଷିପ୍ତ କରିଦେବ। ଅଫିସ୍‌ରେ ମିଠା କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇବାରେ ସମର୍ଥ ହେବେ। ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇ ଯିବେ।

କର୍କଟ-ଆଜି କାମଗୁଡିକରେ କୌଣସି ପ୍ରତିବନ୍ଧକ ନ ରହିଲେ ମଧ୍ୟ ସେତେଟା ପ୍ରୀତିପ୍ରଦ ରହିବ ନାହିଁ। ନିକଟରେ ରହୁଥିବା ବନ୍ଧୁଙ୍କ ସାହାଯ୍ୟ ଓ ସମର୍ଥନ ଦୁଃଖ ଭୁଲି ଯିବାରେ ସାହାଯ୍ୟ କରିବ। ପ୍ରକାଶନ, ପାରିବାରିକ, ପ୍ରଶାସନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ସାହିତ୍ୟ, ଗବେଷଣା ତଥା ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ।

ସି˚ହ-କାର୍ଯ୍ୟ ହାସଲ ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ରେ କୌଣସି ଅସୁବିଧା ହେବ ନାହିଁ। କର୍ମକ୍ଷେତ୍ର ସକାଶେ ପରିସ୍ଥିତିକୁ ଯେତେଟା ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ପାରିବାରିକ କଳହକୁ ନେଇ ମାନସିକ ଶାନ୍ତି ବ୍ୟାହତ ହେବ। ସାଙ୍ଗଠନିକ କାର୍ଯ୍ୟରେ କିମ୍ବା ଆନୁଷ୍ଠାନିକ କାମରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।

କନ୍ୟା-ଆଜି ଯାହା ପାଇବା କଥା ତାହା ସହଜ ଓ ସୁବିଧାରେ ପାଇବା କଷ୍ଟକର ହେବ। ପ୍ଲଟିଂ କାରବାର, ଯାନ୍ତ୍ରିକ କିମ୍ବା ବିଦ୍ୟୁତ୍‌ ବ୍ୟବସାୟୀମାନେ ବିଶେଷ ପରିମାଣରେ ଉପକୃତ ହେବେ। ପିଲାମାନଙ୍କ ଉଚ୍ଚ ଶିକ୍ଷା ସକାଶେ ପାରିବାରିକ ଆଲୋଚନାକୁ ପ୍ରାଧାନ୍ୟ ଦେଇପାରନ୍ତି। ଆକସ୍ମିକ ଭାବରେ ବନ୍ଧୁମିଳନ ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ।

ତୁଳା-ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯିବ। ଅଭାବ ନ ଥିଲେ ମଧ୍ୟ ନିଜର ପ୍ରିୟବ୍ୟକ୍ତିଙ୍କଠାରୁ ବହୁ ଦୂରେ ରହି ଚିନ୍ତିତ ରହିବେ। ସମ୍ପର୍କୀୟଙ୍କ ବେଖାତିର ମନୋଭାବ ଯାହାକି କାହାକୁ କହି ପାରିବେ ନାହିଁ କିନ୍ତୁ ମନେ ମନେ ଅସନ୍ତୁଷ୍ଟ ରହିବେ। ସନ୍ତାନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ଏକ ପ୍ରକାର ଆତ୍ମସନ୍ତୋଷ ଲାଭ କରିପାରନ୍ତି।

ବିଛା-ଅତୀତର କୃତକର୍ମ ସକାଶେ ଅନୁତପ୍ତ ରହିବେ। ଭାଙ୍ଗିପଡିଥିବା ସମ୍ପର୍କକୁ ପୁଣି ଯୋଡିବାକୁ ଚେଷ୍ଟା କରି ଅସଫଳ ହୋଇପାରନ୍ତି। ନିଜ ପରିସରର ବ୍ୟକ୍ତିମାନେ ଅଯଥା ଦୋଷାରୋପ କରି ମାନସିକ ସ୍ଥିତିକୁ କଳୁଷିତ କରିପାରନ୍ତି। ଈର୍ଷାପରାୟଣ ବ୍ୟକ୍ତିମାନେ ଉପର ମନରେ ଭଲ କଥା କହି ପଛରେ ବହୁତ ସମାଲୋଚନା କରିବେ।

ଧନୁ-ଅନାବଶ୍ୟକ କଥା ମନରୁ ପରିହାର କରି ବାସ୍ତବତାକୁ ଗୁରୁତ୍ୱ ଦେଇ କାମ କରିବା ଭଲ ହେବ । ବିଭିନ୍ନ ପ୍ରକାରର ସ୍ଥଗିତ କାମକୁ ନେଇ ପାରିବାରିିକ ଜଞ୍ଜାଳ ବୃଦ୍ଧି ପାଇପାରେ। ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡ ରୋଗରେ କଷ୍ଟ ପାଇବେ ।

ମକର-ପାରିବାରିକ ଜୀବନରେ ତିକ୍ତତା ଦେଖାଦେଇପାରେ। ପ୍ରଶାସନିକ ସ୍ତରରେ କିମ୍ବା ପ୍ରକାଶନ କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବ କିନ୍ତୁ ସେପରି କିଛି ବିଶେଷ ଅସୁବିଧା ହେବ ନାହିଁ। ପଡ଼ୋଶୀ କେହି ପ୍ରତିବାଦର ସ୍ବର ଉଠାଇ କାମଟିକୁ ଭଣ୍ଡୁର କରି ଦେଇପାରନ୍ତି ।

କୁମ୍ଭ-ସମସ୍ୟା ଲାଗି ରହିଥିଲେ ମଧ୍ୟ କର୍ମକ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଆଜି ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହେବେ କିନ୍ତୁ କିଛି ବି କରିବାର ଉପାୟ ନ ଥିବ। ସାଧାରଣ କଥାକୁ ବଡ଼ ଆକାରରେ ଚିନ୍ତା କରି ବ୍ୟସ୍ତ ରହିବେ।

ମୀନ-ଉପରିସ୍ଥଙ୍କ ସାହାଯ୍ୟରୁ ଅଫିସିଆଲି ଟେନ୍‌ସନ କମିଯିବ ଏବଂ ସହଯୋଗଭିତ୍ତିରେ କାମ କଲେ ଉପକାର ପାଇବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ପ୍ରତିବନ୍ଧକ ସୃଷ୍ଟି ହାଇପାରେ। ତଥାପି ଭୁଲ୍‌ ବୁଝାମଣାରୁ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହେବାର ଆଶଙ୍କା ପୂରା ମାତ୍ରାରେ ରହିଛି। ପିଲାମାନଙ୍କ ଶୃଙ୍ଖଳା ଓ ଶିକ୍ଷା ବିଷୟ ନେଇ ଚିନ୍ତା ପ୍ରକଟ କରିବେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login