The Ultimate Managed Hosting Platform
ADVERTISEMENT

ଆଜି ଆନ୍ତର୍ଜାତିକ ମହିଳା ଦିବସ, ଚଳିତ ବର୍ଷର ଥିମ ରହିଛି ମହିଳାଙ୍କଠାରେ ବିନିଯୋଗ, ପ୍ରଗତି ଓ ତ୍ଵରାନ୍ବିତ

Facebook
Twitter
LinkedIn

ଭୁବନେଶ୍ୱର : ଆଜି ଆନ୍ତର୍ଜାତିକ ମହିଳା ଦିବସ। ମହିଳାଙ୍କ ସଂଘର୍ଷ, ସ୍ଵାଧୀନତା ଆନ୍ଦୋଳନ, ଅଧିକାର ଏବଂ ସଫଳତା ଉପରେ ଆଲୋକପାତ କରିବାର ଦିନ। ଚଳିତ ବର୍ଷର ପ୍ରସଙ୍ଗ ରହିଛି ମହିଳାଙ୍କଠାରେ ବିନିଯୋଗ, ପ୍ରଗତି ଓ ତ୍ଵରାନ୍ବିତ। ଏହାର ମୂଳ ଲକ୍ଷ୍ୟ ମହିଳାଙ୍କୁ ଆର୍ଥିକ ଭାବେ ସକ୍ଷମ କରିବା।..ଭାରତରେ ଆନ୍ତର୍ଜାତିକ ମହିଳା ଦିବସର ମହତ୍ଵ ଲଗାତାର ବଢିବାରେ ଲାଗିଛି। ମହିଳାଙ୍କୁ ସଶକ୍ତ କରିବା ସହ ଶିକ୍ଷା, ରୋଜଗାର ଏବଂ ରାଜନୀତିରେ ସେମାନଙ୍କ ସମାନ ଅଂଶୀଦାର ବୃଦ୍ଧି କରିବା ଏହାର ମୂଳ ଲକ୍ଷ୍ୟ। ମହିଳାଙ୍କ ଜୀବନକୁ ପ୍ରଭାବିତ କଲାଭଳି ପ୍ରସଙ୍ଗ ବିଷୟରେ ସଚେତନତା ବୃଦ୍ଧି ଉପରେ ଗୁରୁତ୍ଵ ଦିଆଯାଉଛି। ଅନ୍ତରାଷ୍ଟୀୟ ମହିଳା ଦିବସ ଭାରତରେ ମହିଳାଙ୍କ ଅଧିକାର ନେଇ ଜାରି ରହିଥିବା ଆନ୍ଦୋଳନକୁ ମନେ ପକାଉଛି। ୧୯୭୫ରେ ଅନ୍ତରାଷ୍ଟ୍ରୀୟ ମହିଳା ବର୍ଷ ଅବସରରେ ଜାତିସଂଘ ପ୍ରଥମେ ମହିଳା ଦିବସ ପାଳନ ଆରମ୍ଭ ହୋଇଥିଲା। ୧୯୭୭ ପରଠାରୁ ବିଧିବଦ୍ଧ ଭାବେ ଏହି ଦିବସ ପାଳନ ହୋଇଆସୁଛି। ଦେଶରେ ଅଭୂତପୂର୍ବ ବିକାଶ ସତ୍ତ୍ବେ ଏବେବି ମହିଳାଙ୍କୁ ନେଇ ଆମ ସମାଜରେ ଭେଦଭାବ, ହିଂସା ଏବଂ ସମାଜିକ ବ୍ୟାଧିର ସାମନା କରିବାକୁ ପଡୁଛି। ଯାହାକି ମହିଳାଙ୍କ ସମ୍ପୂର୍ଣ୍ଣ ଉନ୍ନତି ଏବଂ ବିକାଶରେ ବାଧା ସାଜିଛି। ଆଜିକାର ଦିନ ମହିଳା ଏବଂ ଅନ୍ୟ ସହଯୋଗୀମାନଙ୍କ ମଧ୍ୟରେ ଏକତାକୁ ପ୍ରୋତ୍ସାହିତ କରୁଛି। ସମାନତା ଏବଂ ଆଇନଗତ ଲଢେଇରେ ଏକତା ଭାବକୁ ବୃଦ୍ଧି କରୁଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login