ନୂଆଦିଲ୍ଲୀ : ଆଜି ଆଇପିଏଲର ମେଗା ନିଲାମୀ । ଆଜି ଓ ଆସନ୍ତାକାଲି ଦୁଇଦିନ ପାଇଁ ସାଉଦି ଆରବରେ ହେବ ଏହି ନିଲାମୀ । ୨୦୪ ସ୍ଥାନ ପାଇଁ ଅଛନ୍ତି ୫୭୭ ଜଣ ଦାବିଦାର ଅଛନ୍ତି । ତିନି ଭାରତୀୟ ଖେଳାଳି ଶ୍ରେୟାସ ଆୟାର, ରିଷଭ ପନ୍ତ ଓ କେଏଲ୍ ରାହୁଲଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ତେବେ ମୁଖ୍ୟ ଆକର୍ଷଣ ସାଜିବେ ୪୩ ବର୍ଷୀୟ ଆଣ୍ଡରସନ୍ ଓ ୧୩ ବର୍ଷୀୟ ବୈଭବ ସୂର୍ୟ୍ୟବଂଶୀ । ଭାରତୀୟ ସମୟ ଅନୁଯାୟୀ, ମେଗା ନିଲାମ ଅପରାହ୍ନ ୩ଟା ୩୦ରୁ ଆରମ୍ଭ ହେବ । ୧୦ଟି ଟିମରେ ୨୦୪ଟି ସ୍ଥାନ ଖାଲି ରହିଛି । ଏଥିମଧ୍ୟରୁ ୭୦ଟି ବିଦେଶୀ ଖେଳାଳିଙ୍କ ପାଇଁ ରହିଛି । ମୋଟ ୮ଟି ବର୍ଗରେ ଖେଳାଳିଙ୍କ ମୂଲ୍ୟ ନିର୍ଦ୍ଦାରଣ କରାଯାଇଛି ।
Views: 39