ନୂଆଦିଲ୍ଲୀ : ଭୁବନେଶ୍ୱର ଏୟାରପୋର୍ଟରେ ଯାତ୍ରୀ ହନ୍ତସନ୍ତ । ଆଗୁଆ କୈାଣସି ସୂଚନା ନ ଥିବାରୁ ଯାତ୍ରୀ ଅସନ୍ତୋଷ । ବିମାନ ବନ୍ଦରକୁ ଆସି ଫେରୁଛନ୍ତି ଯାତ୍ରୀ । କର୍ତ୍ତୁପକ୍ଷ ଟିକେଟ କ୍ୟାନସଲ କି ଟଙ୍କା ଫେରସ୍ତ କରୁ ନ ଥିବା ଅଭିଯୋଗ । ବିଗତ ୪ ଦିନ ହେଲାଣି ବିମାନ ଉଡ଼ାଣ ଲଗାତାର ବିଳମ୍ବ ଏବଂ ବାତିଲ ହେବା ଯୋଗୁଁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି । ଗୁରୁବାର ଦିନ ୫୫୦ରୁ ଅଧିକ ବିମାନ ଉଡ଼ାଣ ବାତିଲ ହୋଇଛି । ଏଥିରେ ଦିଲ୍ଲୀ, ହାଇଦ୍ରାବାଦ, ଗୋଆ ଏବଂ ମୁମ୍ବାଇ ଭଳି ଏୟାରପୋର୍ଟରେ ହଙ୍ଗାମା ସ୍ଥିତି ରହିଛି । ଫେବ୍ରୁଆରୀ ୧୦ ସୁଦ୍ଧା ସମସ୍ତ ସଙ୍କଟ ଦୂର ହେବ ବୋଲି ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ।
ଏହାରି ଭିତରେ ଡିଜିସିଏ ଇଣ୍ଡିଗୋକୁ ସମନ କରିଥିବା ଜଣାପଡିଛି । ସମସ୍ତ ସମସ୍ୟା ସମ୍ପର୍କରେ ଆଲୋଚନା ପାଇଁ ବୈଠକରେ ସାମିଲ ହେବାକୁ ଇଣ୍ଡିଗୋ ଅଧିକାରୀଙ୍କୁ କୁହାଯାଇଛି । ଯାତ୍ରୀମାନେ ଏୟାରପୋର୍ଟରେ ୧୨-୧୪ ଘଣ୍ଟା ଧରି ଅପେକ୍ଷା କରିଛନ୍ତି । ଯାତ୍ରୀମାନଙ୍କୁ କୌଣସି ଖାଦ୍ୟ କି ପାଣିର ବ୍ୟବସ୍ଥା କରାଯାଇନାହିଁ ।
ଗୁରୁବାର ବାତିଲ ହୋଇଥିବା ବିମାନଗୁଡ଼ିକ ମଧ୍ୟରେ ଦିଲ୍ଲୀରେ ୨୨୫ ଟି, ମୁମ୍ବାଇରେ ୧୧୮, ବେଙ୍ଗାଲୁରୁରେ ୧୦୦, ହାଇଦ୍ରାବାଦ ୯୦, ପୁଣେରେ ୧୬, ଅହମ୍ମଦାବାଦର ୫ ଏବଂ କୋଲକାତାରେ ୩୫, ଚେନ୍ନାଇ ୨୬, ଗୋଆ ୧୧, ଭୋପାଳ ୫ଟି ବିମାନ ରହିଛି । ଗତ ଦୁଇଦିନରେ ୯୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ ହୋଇଛି ।
ଆଜିବି ଇଣ୍ଡିଗୋ ବିମାନ ଉଡାଣରେ ସମସ୍ୟା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











