ପଟ୍ଟାମୁଣ୍ଡାଇ: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ । ବଉଳା କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ବନ୍ଦ ରହିବ ଭିତରକନିକା । ଆଜିଠୁ ୧୩ ତାରିଖ ଯାଏଁ ବନ୍ଦ ରହିବ ଭିତରକନିକା । ମହାକାଳପଡା , ରାଜନଗର, ଗହିରମଥା, କନିକା, ରାଜନଗର ସମେତ ୫ଟି ରେଞ୍ଜର ସଂଲଗ୍ନ ନଦୀ ନାଳଗୁଡିକରେ ୧୦ରୁ ୧୨ ତାରିଖ ପର୍ୟ୍ୟନ୍ତ କୁମ୍ଭୀର ଗଣନା କାର୍ୟ୍ୟ କରାଯିବ । ଏଥିପାଇଁ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀଙ୍କୁ ନିୟୋଜିତ ହେବେ । ବିଭିନ୍ନ ଗ୍ରୁପରେ ବିଭକ୍ତ ହୋଇ କୁମ୍ଭୀର ଗଣନା କରିବେ । ସଠିକ ଆକଳନ ପାଇଁ ୩ ଦିନ ଆଗରୁ ବୋଟ୍ ଚଳାଚଳ ନିଷେଧ କରାଯାଇଛି । ଜିପିଏସ ମାଧ୍ୟମରେ କୁମ୍ଭୀରଙ୍କର ଫଠୋ ଉଠାଯିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।
Views: 99











