ଭୁବନେଶ୍ୱର : ନବୀନ ସରକାରରେ ପଂଚାୟତ ଠାରୁ ବ୍ଲକ ସବୁଆଡେ ଅଫିସରମାନେ ଦୁର୍ନୀତିରେ ଉବୁଟୁବୁ । ଗତ ୨୪ବର୍ଷର ନବୀନ ସରକାର ଓଡ଼ିଶାବାସୀଙ୍କୁ କେବଳ ପ୍ରତାରଣା ନୁହେଁ ବରଂ ଦୁର୍ନୀତିର ପାହାଡ ଭେଟିରେ ଦେଇଛନ୍ତି । ଓଡ଼ିଶାର ଦୁର୍ନୀତିର କର୍ଣ୍ଣଧାରା ତଥା ମୁଖମଣ୍ଡଳ ସାଜିଛନ୍ତି ଅଣଓଡ଼ିଆ ଅଫିସର । ବଡ ବଡ ପଦବୀରେ ରହି ଅଣଓଡ଼ିଆ ଅଫିସରମାନେ ଓଡ଼ିଶାର ଶାସନ ବ୍ୟବସ୍ଥା, ଓଡ଼ିଶାବାସୀଙ୍କୁ ପ୍ରତାରଣା ଓ ଓଡିଶାକୁ ବିଶ୍ୱାସଘାତ କରିଛନ୍ତି । ଯାହାର ଅନ୍ୟତମ ଉଦାହରଣ ହେଲା- ଚାରା ଦୁର୍ନୀତି । ହକି ମହାକୁମ୍ଭ ବେଳେ ଗଛ ଲଗାଇ ସହରକୁ ସବୁଜମୟ ବା ସରସ ସୁନ୍ଦର କରିବା ନାଁରେ ବିରାଟ ଦୁର୍ନୀତି କରିଛନ୍ତି ରାଜ୍ୟ ସରକାର । ଓଡ଼ିଶାର ମୁଖ କହିଲେ ଭୁବନେଶ୍ୱରକୁ ବୁଝାଏ, ଯଦି ଏଠାରେ ଏଭଳି ଚାରା ଦୁର୍ନୀତି ହୋଇଛି ତାହାଲେ କୋରାପୁଟ, କଳାହାଣ୍ଡି, ମାଲକାନଗିରି ଓ କେନ୍ଦୁଝରରେ ଅବସ୍ଥା କ’ଣ ହେଉଥିବ ଆପଣମାନେ ଅନୁମାନ କରିପାରୁଥିବେ ବୋଲି ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ କହିଛନ୍ତି ।
ରାଜ୍ୟ କାର୍ୟ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂ କହିଛନ୍ତି ଯେ, ରାଜ୍ୟ ସରକାର ଭୁବନେଶ୍ୱରରେ ଗଛ ଲଗାଇବାରେ ୭କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ସହରର ଫାୟାର ଷ୍ଟେସନରେ ୩୦ଲକ୍ଷ, ସିଆରପିରେ ୨୩ଲକ୍ଷ, ଆଚାର୍ୟ୍ୟ ବିହାର ୨୫ଲକ୍ଷ, ବାଣୀବିହାର ୩୦ଲକ୍ଷ, ରସୁଲଗଡ ୭୬ଲକ୍ଷ, ଖଣ୍ଡଗିରି ୭୬ଲକ୍ଷ, ଏଜି ଛକ ୪୧ଲକ୍ଷ ଏବଂ ଶିଖର ଚଣ୍ଡି ପାହାଡ ୨କୋଟି ୧୪ଲକ୍ଷ ଟଙ୍କାର ଗଛ ଲଗାଇଛନ୍ତି । ସବୁଠୁ ଆଶ୍ଚର୍ୟ୍ୟର କଥା ଯେ, ଗଛ ଗୁଡିକ ମଧ୍ୟ ଓଡ଼ିଶାର କୌଣସି ନର୍ସରୀରୁ କିଣା ନଯାଇ ବାହାର ରାଜ୍ୟର ନର୍ସରୀରୁ କିଣା ଯାଇଛି ତାହା ମଧ୍ୟ ଏକ ଚିନ୍ତାଜନକ କଥା । ଓଡ଼ିଶାରେ ଏତେ ନର୍ସରୀ ଥାଉ ଥାଉ ବାହାର ରାଜ୍ୟର ନର୍ସରୀରୁ ରାଜ୍ୟ ସରକାର କାହିଁକି ଚଢ଼ା ଦରରେ ଗଛ କିଣିଲେ ଏହାର ଜବାବ ରାଜ୍ୟ ସରକାର ଦିଅନ୍ତୁ । ବଡ ଆଶ୍ଚର୍ୟ୍ୟ ଯେ, ଗୋଟିଏ ଗୋଟିଏ ଗଛରେ ରାଜ୍ୟ ସରକାର ୧୨ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି ଯାହା ପ୍ରମାଣିତ କରୁଛି ଯେ, କିଭଳି “ନବୀନ ଓଡ଼ିଶା”ରେ ଦୁର୍ନୀତି ଖୁଲମଖୋଲା ଚାଲିଛି । ରାଜ୍ୟ ସରକାର କେଉଁ ଗଛ ଲଗାଇଲେ ତାହାର ମୂଲ୍ୟ ୧୨ହଜାର ଏହାର ଉତର ରାଜ୍ୟ ସରକାର, ୫-ଟି, ଫରେଷ୍ଟ ଡିପାଟମେଂଟ, ବିଡିଏ, ବିଏମ୍ସି ଓ ଓଏମ୍ସି ଏହାର ଉତର ଦିଅନ୍ତୁ ।
ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ହକିଖେଳ ନାଁରେ ବହୁପ୍ରସିଦ୍ଧ ଲାଭ କରିବାକୁ ପ୍ରଚେଷ୍ଟା କରିଥିଲେ ମୁଖ୍ୟମନ୍ତ୍ରୀ । ନିଜ ପିଠିକୁ ଥାପୁଡାଇ ଆନନ୍ଦ ଅନୁଭବ ମଧ୍ୟ କରିଥିଲେ । ସାଧାରଣ ଲୋକଙ୍କ ଟିକସ ଟଙ୍କାରେ ରାଜ୍ୟ ସରକାର ଭୁବନେଶ୍ୱର ସୌନ୍ଦର୍ୟ୍ୟକରଣ ପାଇଁ ଗଛ କିଣିଛନ୍ତି । ଓଡିଶାରେ ବନୀକରଣ ଦୁର୍ନୀତିର ପରିମାଣ ଅତି ବ୍ୟାପକ । ଯଦି ଭୁବନେଶ୍ୱରରେ ସରକାର ଏଭଳି ଆଖିରେ ଆଙ୍ଗୁଠି ଗେଞ୍ଜି ଦୁର୍ନୀତି କରିପାରୁଛନ୍ତି, ତାହାଲେ ଉପାନ୍ତ ଜିଲ୍ଲାରେ କିଭଳି ଲୁଟ୍ପାଟ୍ ହେଉଥିବ ତାହା ଅନୁମେୟ । କେବଳ କାମ୍ପା ଫଣ୍ଡରେ ୫ହଜାର ୯ଶହ କୋଟିର ଦୁର୍ନୀତି, ଓମ୍ବାଡସିରେ ୬ହଜାର କୋଟି ଟଙ୍କାର ଦୁର୍ନୀତି, ମହାନଦୀ ସବୁଜ ମିଶନରେ ୧୫୦କୋଟି ଟଙ୍କାର ଦୁର୍ନୀତି ହୋଇଛି । ଏହା ବାଦ୍ ଡିଏମ୍ଏଫ୍ ଫଣ୍ଡରେ ମଧ୍ୟ ବ୍ୟାପକ ପରିମାଣର ଅର୍ଥ ହରିଲୁଟ୍ ହୋଇଛି ଗଛ ଲଗାଇବା ନାଁରେ ବୋଲି ଶ୍ରୀ ସିଂ କହିଛନ୍ତି ।
ରାଜ୍ୟ ସରକାରଙ୍କ ଏହି ଗୋଟିଏ ଦୁର୍ନୀତି ନୁହେଁ ବରଂ ରାଜ୍ୟରେ ଅଳିଆ ପାହାଡ ଛିଡା କରାଇ ଦୁର୍ନୀତି କରିଛନ୍ତି । ଏନେଇ ମଧ୍ୟ ଜିଲ୍ଲାରେ ମାସେକାଳ ଦୁର୍ନୀତି ବିରୋଧରେ ଆନ୍ଦୋଳନ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାର ଚୁପ୍ ବସିଥିଲେ । ଚାରା ଦୁର୍ନୀତିର ତଦନ୍ତ ବ୍ୟାପକ ଏବଂ ଏହାର ତଦନ୍ତ ସିବିଆଇ ଦ୍ୱାରା କରାଯାଉ । ଦୁର୍ନୀତି, ଭ୍ରଷ୍ଟାଚାରରେ ଲିପ୍ତ ରାଜ୍ୟ ସରକାର ବିରୁଦ୍ଧରେ ବହୁ ଶୀଘ୍ର ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ଶ୍ରୀ ସିଂ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ରାଜେନ୍ଦ୍ର ପଣ୍ଡା, ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ଚାରା ଦୁର୍ନୀତିର ସିବିଆଇ ତଦନ୍ତ ହେଉ: ବାବୁ ସିଂ
Facebook
Twitter
LinkedIn
Facebook
Twitter
LinkedIn
Recent News
Casino770 : analyse de son offre et de sa situation en France
Casino770 reste une marque de casino en ligne connue, avec une présence documentée depuis plusieurs années et un catalogue historique...
betriviera comparé selon le support crypto et les services bancaires en euros
Pour choisir une plateforme de casino, le moyen de dépôt compte presque autant que les jeux. Cette analyse de casino...
Betzino propose-t-il des loteries, des lootboxes ou des jeux à gains ?
Vous cherchez à savoir si Betzino propose autre chose que les machines à sous, la roulette et le casino en...
winshark casino: Wagering-Anforderungen verständlich erklärt
Wer den winshark casino Wagering Requirements näher betrachtet, sollte nicht nur auf die beworbene Bonusgröße achten. Entscheidend sind Umsatzfaktor, Höchsteinsatz,...







