ନୂଆଦିଲ୍ଲୀ : କୋଭିଡ ଟିକା ଓ ଆକସ୍ମିକ ମୃତ୍ୟୁ ଲିଙ୍କରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସ୍ପଷ୍ଟୀକରଣ । କୋଭିଡ ଟିକା ଏବଂ ଆକସ୍ମିକ ମୃତ୍ୟୁ ମଧ୍ୟରେ କୈାଣସି ସମ୍ପର୍କ ନାହିଁ । କୋଭିଡ ଟିକା ସହ ଆକସ୍ମିକ ହୃଦଘାତକୁ ଯୋଡିବା ମିଥ୍ୟା ଓ ବିଭ୍ରାନ୍ତିକର । ଆଇସିଏମଆର ଓ ଏମସ ଦ୍ୱାରା ବ୍ୟାପକ ଅଧ୍ୟୟନରୁ ଏହା ସ୍ପଷ୍ଟ । ଜୀବନଶୈଳୀ , କୋଭିଡ ପୂର୍ବବର୍ତ୍ତୀ ଜଟିଳତା କାରଣ ହୋଇପାରେ । କିନ୍ତୁ କୋଭିଡ ଟିକାକରଣରୁ ହଠାତ ମୃତ୍ୟୁ ସହିତ କୈାଣସି ସମ୍ପର୍କ ନାହିଁ । ସୂଚନାନୁଯାୟୀ, ଦେଶର ୧୯ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୪୭ଟି ହସ୍ପିଟାଲରେ ମେ ରୁ ଅଗଷ୍ଟ ୨୦୨୩ ମଧ୍ୟରେ ଏହି ଗବେଷଣା କରାଯାଇଥିଲା । ଯେଉଁଥିରେ ସମ୍ପୂର୍ଣ୍ଣ ସୁସ୍ଥ ବ୍ୟକ୍ତିଙ୍କୁ ନେଇ ଏହା କରାଯାଇଥିଲା । ଗବେଷଣାରୁ ଜଣାପଡିଛି ଯେ, କରୋନା ଟୀକା ଯୋଗୁଁ ଯୁବକମାନଙ୍କଠାରେ ହୃଦଘାତର ଆଶଙ୍କା ବୃଦ୍ଧି ପାଇନାହିଁ । ଯୁବକମାନଙ୍କ ମୃତ୍ୟୁ ସହିତ ଏହାର କୌଣସି ସମ୍ପର୍କ ନାହିଁ କହିଛନ୍ତି । ହଠାତ୍ ମୃତ୍ୟୁ ପଛର କାରଣ ବୁଝିବା ପାଇଁ ତଦନ୍ତ ଆରମ୍ଭ କରିଛନ୍ତି ICMR ଏବଂ AIIMS ।
“ଆକସ୍ମିକ ମୃତ୍ୟୁର କାରଣ ନୁହେଁ କୋଭିଡ ଟିକା” -ICMR ଏବଂ AIIMS

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...