ଭୁବନେଶ୍ୱର : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମାର୍ଚ୍ଚ ୨୬ ରେ ଓଡିଶା ଗସ୍ତରେ ଆସିବେନି । ତାଙ୍କର ଓଡିଶା ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ , ଲୋକସଭା ପ୍ରବାସ କାର୍ଯ୍ୟକ୍ରମରେ ଶ୍ରୀ ଶାହ ମାର୍ଚ୍ଚ ୨୬ ରେ ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାଆଁଳପୁରରେ ଏକ ସାଧାରଣ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ଥିଲା । ସେଠାରୁ ଫେରି ଭରବଙ୍କନଶ୍ୱରରେ ଦଳର ବରିଷ୍ଠ ନେତା ଓ କର୍ମ କର୍ତ୍ତାଙ୍କ ସହ ଆଲୋଚନା କରିବାର ଥିଲା ।
Views: 66