ଭୁବନେଶ୍ୱର : ରାଜ୍ୟରେ ବିଗତ ୫ ବର୍ଷରେ ୬୪୮୧ ଏମବିବିଏସ ଓ ୩୬୧୪ ପିଜି ଡାକ୍ତର ଚିକିତ୍ସା ପାଇଁ ପଞ୍ଜୀକୃତ ହୋଇଛନ୍ତି । କିନ୍ତୁ ଡାକ୍ତରଙ୍କ ପଦ ଖାଲି ପଡିଛି । କାରଣ ଏହି ଡାକ୍ତର ମାନେ ରାଜ୍ୟ ବାହାରକୁ ଯିବା ପୂର୍ବରୁ ସରକାରଙ୍କ ଅନୁମତି ନେଉ ନ ଥିବାରୁ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ କାର୍ଯ୍ୟରତ ଡାକ୍ତରଙ୍କ ଉପଲବ୍ଧି ନ ଥିବା ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଂଜନ ପୂଜାରୀ । ବିଧାୟକ ସୈାମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପୂଜାରୀ କହିଛନ୍ତି କି ରାଜ୍ୟର ସମୁଦାୟ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବି ସଂଖ୍ୟା ୧୦,୭୭୪ ରହିଛି । ଏଥିରେ ନିୟମିତ ୩୬୩୭ , ଆଡହକ ୩୭ , ଠିକା ୯୧୮ , ଡିଏମଏଫ ପାଣ୍ଠିରୁ ୭୨ , କର୍ପସ ପାଣ୍ଠିରେ ୭ଙ୍କୁ ମିଶାଇ ସମୁଦାୟ ୪୫୯୧ ଜଣ କାର୍ଯ୍ୟ କରୁଛନ୍ତି । ୬୦୭୮ ପଦବୀ ଖାଲି ପଡିଛି । ଖାଲି ପଡିଥିବା ପଦବି ହାର ୫୬.୬୫ ପ୍ରତିଶତ । ନିୟମିତ ଥିବା ୩୬୩୭ ଡାକ୍ତରଙ୍କ ମଧ୍ୟରୁ ୬୮ ଜଣ ରିଲିଭ ହୋଇଥିଲେ ବି କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି । ଏହାର ଦୀର୍ଘଦିନ ଧରି ୧୩୮ ଜଣ ଡାକ୍ତର ଛୁଟିରେ ଅଛନ୍ତି । କୋରାପୁଟ ଜିଲ୍ଲାରେ ସର୍ବାଧିକ ପଦବା ଖାଲି ଅଛି । ଜିଲ୍ଲାରେ ସମୁଦାୟ ୮୪୧ ଥିବା ବେଳେ ୫୩୩ ପଦବି ଖାଲି ରହିଛି ।
ସେହିପରି ଏବେ ରାଜ୍ୟରେ ଏବେ ୧୦ଟି ସରକାରୀ ମେଡିକାଲ କଲେଜ କାର୍ଯ୍ୟକ୍ଷମ ରହିଛି । ଏଥିରେ ସମୁଦାୟ ୨୯୦ ପ୍ରଫେସର ପଦବି ଖାଲିଥିବା ବେଳେ ୧୦୧ ଖାଲି ରହିଛି । ୪୬୨ ଆସୋସିଏଟ ପ୍ରଫେସରଙ୍କ ମଧ୍ୟରୁ ୧୮୦ ପଦବି ଖାଲି , ସହକାରୀ ପ୍ରଫେସରଙ୍କ ସମୁଦାୟ ୮୭୪ ମଂଜୁରୀପ୍ରାପ୍ତ ପଦବି ଖାଲି ପଡିଛି । ଖାଲି ପଡିଥିବା ପଦବି ପୂରଣ ପାଇଁ ପ୍ରକ୍ରିୟା ଚାଲୁ ରହିଥିବା ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି ।
ଦୀର୍ଘଦିନ ଧରି ଛୁଟିରେ ଅଛନ୍ତି ୧୩୮ ଡାକ୍ତର , ୬୦୭୮ ପଦବି ପଡିଛି ଖାଲି
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...







