The Ultimate Managed Hosting Platform
ADVERTISEMENT

ଅକ୍ଷୟ ତୃତୀୟାରେ ଖସିଲା ସୁନା ଦର

Facebook
Twitter
LinkedIn

ଭୁବନେଶ୍ୱର : ଅକ୍ଷୟ ତୃତୀୟାରେ ଶସ୍ତା ହେଲା ସୁନା ଦର । ଦର ବଢ଼ି ବଢ଼ି ଚାଲିବା ପରେ ଆଜି ହଠାତ କମିଛି । ଆଜି ୨୪ କ୍ୟାରେଟ ସୁନା ୧୦ ଗ୍ରାମକୁ ରହିଛି ୯୭.୯୧୦ ଟଙ୍କା । ସେହିପରି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ରହିଛି ୮୯, ୭୫୦ ଟଙ୍କା ରହିଛି । ଏବଂ ୧୮ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ରହିଛି ୭୩, ୪୪୦ ଟଙ୍କା ।ଅକ୍ଷୟ ତୃତୀୟାରେ ସୁନା କିଣିବା ଶୁଭ ହୋଇଥାଏ ବୋଲି ହିନ୍ଦୁ ଧର୍ମରେ ବିଶ୍ବାସ ରହିଛି । ତେବେ ଆଜିର ଦିନରେ ସୁନା ଦୋକାନରେ ପ୍ରବଳ ଭିଡ଼ ମଧ୍ୟ ପରିଲକ୍ଷିତ ହୁଏ । ସୁନା ଦର କମିବା ଏବେ ଗ୍ରାହକଙ୍କୁ ସୁହାଇବ । ସୁନାର ଉତ୍ପାଦ ଶୁଳ୍କ, ରାଜ୍ୟ ଟିକସ ଏବଂ ମେକିଂ ଚାର୍ଜ ଯୋଗୁ ସୁନା ଅଳଙ୍କାରର ମୂଲ୍ୟ ସାରା ଦେଶରେ ଭିନ୍ନ ହୋଇଥାଏ। କ୍ୟାରଟ ଅନୁସାରେ ସୁନା ଅଳଙ୍କାରରେ ହଲ ମାର୍କ ଚିହ୍ନିତ ହୋଇଥାଏ । ୨୪ କ୍ୟାରେଟରେ ୯୯୯ ଲେଖାଯାଇଥାଏ, ୨୩ କ୍ୟାରେଟରେ ୯୫୮ ଏବଂ ୨୨ କ୍ୟାରେଟରେ ୯୧୬, ୨୧ କ୍ୟାରେଟରେ ୮୭୫ ଏବଂ ୧୮ କ୍ୟାରେଟରେ ୭୫୦ ଲେଖା ଯାଇଥାଏ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମୁମ୍ବାଇରେ ପ୍ରବଳ ବର୍ଷା , ଟ୍ରେନ-ବିମାନ ବାଧାପ୍ରାପ୍ତ

ମୁମ୍ବାଇରେ ପ୍ରବଳ ବର୍ଷା , ଟ୍ରେନ-ବିମାନ ବାଧାପ୍ରାପ୍ତ

ମୁମ୍ବାଇ : ବର୍ଷାରେ ବେହାଲ୍ ହେଲାଣି ମୁମ୍ବାଇ। କିଛି ଦିନ ହେବ ଲଗାଣ ବର୍ଷା ଯୋଗୁଁ ସହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କାହା ଘରେ ପାଣି ପଶିଲାଣି...

ନିଟ ପିଜି ପରୀକ୍ଷାରେ ଅଲ ଇଣ୍ଡିଆ ଟପ୍ପର ହେଲେ ଓଡିଆ ପୁଅ

ନିଟ ପିଜି ପରୀକ୍ଷାରେ ଅଲ ଇଣ୍ଡିଆ ଟପ୍ପର ହେଲେ ଓଡିଆ ପୁଅ

କଟକ : ନ୍ୟାସନାଲ ବୋର୍ଡ ଅଫ୍ ଏକଜାମିନେସନ୍ ଇନ୍ ମେଡିକାଲ୍ ସାଇନ୍ସେସ ମଙ୍ଗଳବାର ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ପୋଷ୍ଟଗ୍ରାଜୁଏଟ୍ (ନିଟ୍ ପିଜି ୨୦୨୫)ର ପରୀକ୍ଷା...