ୱାୟନାଡ : କେରଳର ୱାୟନାଡରେ ପ୍ରିୟଙ୍କା ଆଗରେ । ୱାୟନାଡରେ ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଗୁଆ ରହିଛନ୍ତି । ସେ ୫ ହଜାରରୁ ଅଧିକ ଭୋଟରେ ଆଗୁଆ ରହିଛନ୍ତି । ସିପିଆଇ ବିଜେପି ପ୍ରାର୍ଥୀ ଏହି ଆସନରେ ପଛୁଆ ରହିଛନ୍ତି । ରାହୁଲଗାନ୍ଧୀ ଛାଡିବା ପରେ ପ୍ରିୟଙ୍କା ଏହି ଆସନରୁ ଲଢୁଛନ୍ତି । ଆଜି ମହାରାଷ୍ଟ୍ର ଏବଂ ଝଡଖଣ୍ଡ ବିଧାନସଭା ନିର୍ବାଚନ ସହିତ ରାଜ୍ୟର ୪୮ ବିଧାନସଭା ଆସନ ଏବଂ ୨ ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନରେ ଭୋଟ ଗଣତି ଜାରି ରହିଛି ।
Views: 32