ଭୁବନେଶ୍ୱର : ପୁଣି ଆସୁଛି ବାତ୍ୟା ! ୯ ତାରିଖରେ ବଙ୍ଗୋପସାଗରରେ ଦାନା ବାନ୍ଧିପାରେ ବାତ୍ୟା । ଆଇଏମଡିର ପୂର୍ବାନୁମାନ ଖରା ଦିନିଆ ବାତ୍ୟାକୁ ନେଇ ଛନକା ପଶିଛି । ବାତ୍ୟାର ନାଁ ରହିବ ମୋଖା । କୁଆଡ଼େ ଯିବ ସମ୍ଭାବ୍ୟ ବାତ୍ୟା । କେତେ ରହିବ ତୀବ୍ରତା । କେଉଁଠି କରିବ ଲାଣ୍ଡଫଲ୍ ।ଏହାକୁ ନେଇ ଚର୍ଚ୍ଚା ଚାଲିଛି । ଏହା ସହ ମେ ରେ ହେଉଥିବା ବାତ୍ୟା ଲୋକଙ୍କ ମନରେମଧ୍ୟ ଭୟ ଆଣିଦେଉଛି । ଗତ ୪ ବର୍ଷ ତଳେ ହୋଇଥିବା ଫନି ବାତ୍ୟା ପରେ ମେ ମାସକୁ ଲୋକମାନେ ଡରିଲେଣି ।
ଆଇଏମଡି ଆକଳନ କରିଛି, ଆସନ୍ତା ୬ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ୭ରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ୮ରେ ଲଘୁଚାପ ଅବପାତରେ ପରିଣତ ହେବ । ୯ ତାରିଖ ବେଳକୁ ସୃଷ୍ଟି ହେବ ବାତ୍ୟା । ତେବେ ବାତ୍ୟାର ଗତିପଥ ଓ ତୀବ୍ରତା ନେଇ ଆକଳନ କରିନି ଭାରତୀୟ ପାଣିପାଗ ବିଭାଗ । ୭ ତାରିଖରୁ ଉତ୍ତରପୂର୍ବ ବଙ୍ଗୋପସାଗର ଆଡକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି ।
ତେବେ ଓ୍ଵିଣ୍ଡି ଦୁଇଟି ମଡେଲ୍ ୧୨ ତାରିଖରେ ବାତ୍ୟା ଲାଣ୍ଡଫଲ୍ କରିବ ବୋଲି ଦର୍ଶାଉଛି । ଓ୍ଵିଣ୍ଡିର ୟୁରୋପିଆନ୍ ECMWF ମଡେଲ ଦର୍ଶାଉଛି ମିଆଁମାର ଉପକୂଳରେ ସ୍ଥଳଭାଗ ଛୁଇଁପାରେ ।ସେହିପରି ଆମେରିକାନ୍ ଏୠଝ ମଡେଲ୍ ଦର୍ଶାଉଛି, ବାଂଲାଦେଶ ଉପକୂଳକୁ ହିଟ୍ କରିପାରେ ବାତ୍ୟା । ଅବପାତ ସୃଷ୍ଟି ହେବା ପରେ ଏହାର ଗତିପଥ ସ୍ପଷ୍ଟ ହେବ ।
୯ ରେ ଦାନା ବାନ୍ଧିପାରେ ବାତ୍ୟା

Facebook
Twitter
LinkedIn
Facebook
Twitter
LinkedIn
Recent News
ଅଗଷ୍ଟ ୩୧ରେ ସ୍ପେଶାଲ ଓଟିଇଟି
ଭୁବନେଶ୍ୱର : ଅଗଷ୍ଟ ୩୧ ତାରିଖରେ ହେବ ସ୍ପେଶାଲ ଓଟିଇଟି । ସ୍ପେଶାଲ ଓଟିଇଟି ନେଇ ବୋର୍ଡ ପକ୍ଷରୁ ସୂଚନା । ଦୁଇଟି ସିଟିଂରେ ହେବ ସ୍ପେଶାଲ...
ସପ୍ତାହେ ଘୁଞ୍ଚିଲା ଟ୍ରମ୍ପଙ୍କ ଟାରିଫ
ନୂଆଦିଲ୍ଲୀ : ଆମେରିକାର ୨୫ ପ୍ରତିଶତ ଟାରିଫ ପ୍ଲାନ ଏକ ସପ୍ତହା ଘୁଞ୍ଚିଲା । ୭ ଦିନ ପାଇଁ ଭାରତ ସମେତ ସମସ୍ତ ଦେଶକୁ ମିଳିଲା ଆଶ୍ୱସ୍ତି...
ଅନିଲ ଅମ୍ବାନୀଙ୍କୁ ଇଡି ସମନ
ନୂଆଦିଲ୍ଲୀ : ଇଡି ଜାଲରେ ଅନିଲ ଅମ୍ବାନୀ । ରିଲାୟାନ୍ସ ଗ୍ରୁପର ଏମଡି ଅନିଲ ଅମ୍ବାନୀଙ୍କୁ ଇଡି ସମନ କରିଛି । ୧୭,୦୦୦କୋଟି ଟଙ୍କାର ଋଣ ଠକେଇ...
ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ
ଭୁବନେଶ୍ୱର : କୁନି ଝିଅ ପିହୁକୁ ଅପହରଣ ହେବାକୁ ବିତିଲାଣି ୫ ବର୍ଷ । ହେଲେ ଏପର୍ଯ୍ୟନ୍ତ ପିହୁର ପତ୍ତା ମିଳୁନି । ଯାଜପୁର ଜିଲ୍ଲା ବିଂଝାରପୁର...