ଭୁବନେଶ୍ୱର : ଲୋୟର ପିଏମଜିରେ ଭାରତୀୟ ଆଦିବାସୀ ଭୂମିଜ ସମାଜ ପକ୍ଷରୁ ଗଣ ଧାରଣା । ୮ ଦଫା ଦାବି ନେଇ ସରକାରଙ୍କୁ ଘେରିଲେ ଆଦିବାସୀ ଭୂମିଜ ସମାଜ । ଆଦିବାସୀ ନୃତ୍ୟୁ ପ୍ରଦର୍ଶନ ସହ ଲୋକଗୀତ ମାଧ୍ୟମରେ ସରକାରଙ୍କୁ କଲେ ଅନୁରୋଧ । ବାରମ୍ବାର ରାଜ୍ୟ ସରକାରଙ୍କୁ ଗୁହାରି କରୁଥିବା ସତ୍ତ୍ୱେ ସରକାର ଆଦିବାସୀଙ୍କ ପ୍ରତି ଅଣଦେଖା କରୁଛନ୍ତି । ତେଣୁ ହଜାର ହଜାର ସଂଖ୍ୟକ ଆଦିବାସୀ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି । ସରକାର ଯଦି ଦାବି ପୂରଣ ନ କରିବେ ତେବେ ଏହି ଆନେ୍ଦାଳନ ଆହୁରି ଉଗ୍ର ରୂପ ନେବ ବୋଲି ଚେତାବନୀ ଦେଇକ୍ତି ଆଦିବାସୀ ସମାଜ ।
Views: 104











