ଭୁବନେଶ୍ୱର : ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ୭୮ ବର୍ଷ ବୟସରେ ପାଦ ଥାପିଛନ୍ତି । ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ଜନସେବାର ୨୬ ବର୍ଷ ଅତିକ୍ରମ କରିଥିବା ନବୀନ, ନିଜ ଦଳ ସହ ବିରୋଧୀଙ୍କୁ ବି ସାଥିରେ ନେଇ ଚାଲିବାରେ ସକ୍ଷମ ହୋଇଛନ୍ତି । ଯାହା ରାଜ୍ୟ ବିକାଶରେ ଏକ ସ୍ବତନ୍ତ୍ର ଫର୍ଦ୍ଦ ଯୋଡିଛି । ନବୀନଙ୍କ ଜନ୍ମଦିନରେ ବିଜୁ ଜନତା ଦଳ ପକ୍ଷରୁ ଅନେକ ଜନସେବା କାର୍ୟ୍ୟକ୍ରମ କରାଯାଉଛି । ତାଙ୍କ ଦୀର୍ଘାୟୁ ପାଇଁ ରାଜ୍ୟରେ ବିଭିନ୍ନ ମନ୍ଦିରରେ ପ୍ରାର୍ଥନା କରାଯାଉଛି ।
ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସାନ ପୁଅ ନବୀନ ପଟ୍ଟନାୟକ କେବଳ ଜଣେ ରାଜନୀତିଜ୍ଞ ନୁହଁନ୍ତି ବରଂ ଜଣେ ସୁଲେଖକ ମଧ୍ୟ ଅଟନ୍ତି । ନବୀନ ପଟ୍ଟନାୟକ କେବେ ବି ଦାମୀ ଗାଡି ଚଙ୍ଘିବାକୁ ପସନ୍ଦ କରନ୍ତି ନାହିଁ , ଜଣେ ସାଧା ସିଧା ଲୋକ ଭାବେ ସେ ଆଜି ଯାଏଁ ରହି ଆସିଛନ୍ତି । ଧଳା ରଙ୍ଗର ପଞ୍ଜାବୀ ସାଲୱାରରେ ସେ ସବୁବେଳେ ପିନ୍ଧନ୍ତି । ରାଜନେତା ଭାବରେ ସେ ସବୁ ବାଧା ଓ କଷ୍ଟ ଅତିକ୍ରମ କରି ସେ ଲୋକଙ୍କ ପାଖରେ ପହଁଚିଛନ୍ତି । ସୁଖ ସମସ୍ତଙ୍କ ସହ ବାଣ୍ଟିବା ଓ ଦୁଃଖ ସମୟରେ ସମସ୍ତଙ୍କ ପାଇଁ ଠିଆ ହେବା ହିଁ ନବୀନ ଆଦର୍ଶ । ଯେଉଁଥିପାଇଁ କୋଭିଡ ସମୟରେ ୧୭ରାଜ୍ୟକୁ ମାଗଣା ଅକ୍ସିଜେନ ପଠାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅସ୍ତିତ୍ବ ହରାଇବାକୁ ବସିଥିବା ହକି ଖେଳକୁ ସଂଜୀବନୀ ଯୋଗାଇବା ସଦୃଶ ୧୦ ବର୍ଷ ପାଇଁ ଉଭୟ ପୁରୁଷ ଓ ମହିଳା ହକି ଟିମକୁ ସ୍ପନ୍ସର କଲା ଓଡ଼ିଶା । ଜନସେବାରେ ୨୬ ବର୍ଷ ଅତିକ୍ରମ କରି ବିକାଶ ପଥରେ ଓଡ଼ିଶାକୁ ଆଗେଇ ନେଇ ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ପକ୍ଷରୁ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିରର ଆୟୋଜନ କରାଯାଉଛି । ସେହିପରି ଅନେକ ମନ୍ଦିରରେ ନବୀନଙ୍କ ଦୀର୍ଘାୟୁ ପାଇଁ ପ୍ରାର୍ଥନା କରାଯିବା ସହ ହସ୍ପିଟାଲରେ ଫଳ ବଣ୍ଟନ ଓ ବୃକ୍ଷରୋପଣ କାର୍ୟ୍ୟକ୍ରମ ରହିଛି ।
୭୮ ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଶାରେ କଂଗ୍ରେସର ସ୍ଥାନ ନାହିଁ –ମନମୋହନ
ଭୁବନେଶ୍ୱର : କଂଗ୍ରେସକୁ ତୀବ୍ର ସମାଲୋଚନା କଲେ ମନମୋହନ ସାମଲ । ଓଡିଶାରେ କଂଗ୍ରେସର କୈାଣସି ସ୍ଥାନ ନାହିଁ କହିଲେ ମନମୋହନ । ସୁଯୋଗ ମିଳିଲେ ବି...
ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ
ନୂଆଦିଲ୍ଲୀ : ଅପରେସନ ସିନ୍ଦୂରକୁ ନେଇ ବିଦେଶୀ ଗଣମାଧ୍ୟମ ଉପରେ ବର୍ଷିଲେ ଏନଏସଏ ଅଜିତ ଡୋଭାଲ । ଅପରେସନ ସିନ୍ଦୂରରେ ଭାରତ ଆଦୌ କ୍ଷତି ସହିନି ।...
ରାହୁଲ ଅବାନ୍ତର କଥା କହୁଛନ୍ତି -ଆଇନମନ୍ତ୍ରୀ
ଭୁବନେଶ୍ୱର : ରାହୁଲଗାନ୍ଧୀ ଅବାନ୍ତର କଥା କହୁଛନ୍ତି କହିଲେ ଆଇନମନ୍ତ୍ରୀ । ବଳଭଦ୍ରଙ୍କ ରଥ ମୋଡ ନେବା କାରଣରୁ ରଥ ଟଣା ବିଳମ୍ବ ହେଲା । ଅଦାନୀଙ୍କ...
ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ
ବ୍ୟୁରୋ : ଅମୃତଭଣ୍ଡା ଫାଇବର, ଭିଟାମିନ୍, ମିନେରାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏକ ଫଳ । ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ ଘରର ସମସ୍ତଙ୍କ ଖାଦ୍ୟରେ ଅମୃତଭଣ୍ଡା ସାମିଲ...