ଭୁବନେଶ୍ୱର : ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ୭୮ ବର୍ଷ ବୟସରେ ପାଦ ଥାପିଛନ୍ତି । ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ଜନସେବାର ୨୬ ବର୍ଷ ଅତିକ୍ରମ କରିଥିବା ନବୀନ, ନିଜ ଦଳ ସହ ବିରୋଧୀଙ୍କୁ ବି ସାଥିରେ ନେଇ ଚାଲିବାରେ ସକ୍ଷମ ହୋଇଛନ୍ତି । ଯାହା ରାଜ୍ୟ ବିକାଶରେ ଏକ ସ୍ବତନ୍ତ୍ର ଫର୍ଦ୍ଦ ଯୋଡିଛି । ନବୀନଙ୍କ ଜନ୍ମଦିନରେ ବିଜୁ ଜନତା ଦଳ ପକ୍ଷରୁ ଅନେକ ଜନସେବା କାର୍ୟ୍ୟକ୍ରମ କରାଯାଉଛି । ତାଙ୍କ ଦୀର୍ଘାୟୁ ପାଇଁ ରାଜ୍ୟରେ ବିଭିନ୍ନ ମନ୍ଦିରରେ ପ୍ରାର୍ଥନା କରାଯାଉଛି ।
ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସାନ ପୁଅ ନବୀନ ପଟ୍ଟନାୟକ କେବଳ ଜଣେ ରାଜନୀତିଜ୍ଞ ନୁହଁନ୍ତି ବରଂ ଜଣେ ସୁଲେଖକ ମଧ୍ୟ ଅଟନ୍ତି । ନବୀନ ପଟ୍ଟନାୟକ କେବେ ବି ଦାମୀ ଗାଡି ଚଙ୍ଘିବାକୁ ପସନ୍ଦ କରନ୍ତି ନାହିଁ , ଜଣେ ସାଧା ସିଧା ଲୋକ ଭାବେ ସେ ଆଜି ଯାଏଁ ରହି ଆସିଛନ୍ତି । ଧଳା ରଙ୍ଗର ପଞ୍ଜାବୀ ସାଲୱାରରେ ସେ ସବୁବେଳେ ପିନ୍ଧନ୍ତି । ରାଜନେତା ଭାବରେ ସେ ସବୁ ବାଧା ଓ କଷ୍ଟ ଅତିକ୍ରମ କରି ସେ ଲୋକଙ୍କ ପାଖରେ ପହଁଚିଛନ୍ତି । ସୁଖ ସମସ୍ତଙ୍କ ସହ ବାଣ୍ଟିବା ଓ ଦୁଃଖ ସମୟରେ ସମସ୍ତଙ୍କ ପାଇଁ ଠିଆ ହେବା ହିଁ ନବୀନ ଆଦର୍ଶ । ଯେଉଁଥିପାଇଁ କୋଭିଡ ସମୟରେ ୧୭ରାଜ୍ୟକୁ ମାଗଣା ଅକ୍ସିଜେନ ପଠାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅସ୍ତିତ୍ବ ହରାଇବାକୁ ବସିଥିବା ହକି ଖେଳକୁ ସଂଜୀବନୀ ଯୋଗାଇବା ସଦୃଶ ୧୦ ବର୍ଷ ପାଇଁ ଉଭୟ ପୁରୁଷ ଓ ମହିଳା ହକି ଟିମକୁ ସ୍ପନ୍ସର କଲା ଓଡ଼ିଶା । ଜନସେବାରେ ୨୬ ବର୍ଷ ଅତିକ୍ରମ କରି ବିକାଶ ପଥରେ ଓଡ଼ିଶାକୁ ଆଗେଇ ନେଇ ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ପକ୍ଷରୁ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିରର ଆୟୋଜନ କରାଯାଉଛି । ସେହିପରି ଅନେକ ମନ୍ଦିରରେ ନବୀନଙ୍କ ଦୀର୍ଘାୟୁ ପାଇଁ ପ୍ରାର୍ଥନା କରାଯିବା ସହ ହସ୍ପିଟାଲରେ ଫଳ ବଣ୍ଟନ ଓ ବୃକ୍ଷରୋପଣ କାର୍ୟ୍ୟକ୍ରମ ରହିଛି ।
୭୮ ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











