The Ultimate Managed Hosting Platform
ADVERTISEMENT

୭୫ ବର୍ଷରେ ପାଦ ଥାପିଲା ଭୁବନେଶ୍ୱର

Facebook
Twitter
LinkedIn

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରକୁ ହୋଇଛି ୭୫ ବର୍ଷ । । ୧୯୪୮ ଏପ୍ରିଲ ୧୩ରେ ଭୁବନେଶ୍ବରକୁ ମିଳିଥିଲା ରାଜଧାନୀର ସ୍ବୀକୃତି । ୧୫ ହଜାର ଜନସଂଖ୍ୟା ଏବେ ୧୫ ଲକ୍ଷରେ ପହଁଚିଛି । ବିଗତ ୭୪ ବର୍ଷ ମଧ୍ୟରେ ଭୁବନେଶ୍ୱର ଅନେକ ବଦଳିଛି। କିଛି ଗାଁ ଓ ୧୫ ହଜାର ଲୋକଙ୍କୁ ନେଇ ଆରମ୍ଭ ହୋଇଥିଲା ରାଜଧାନୀର ଯାତ୍ରା । ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଦ୍ବାରା ପ୍ରତିଷ୍ଠା ପରେ ୧୦ବର୍ଷ ମଧ୍ୟରେ ଏହାର ଜନସଂଖ୍ୟା ୪୦ ହଜାରକୁ ବୃଦ୍ଧି ପାଇବା ସହ କ୍ଷେତ୍ରଫଳ ୧୩୨ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଥିଲା ।

ବିକାଶ ପଥରେ ବହୁତ ଆଗକୁ ଯାଇଥିଲେ ବି ଅନେକ ସମସ୍ୟା ରହିଯାଇଛି। ଯେପରି ଟ୍ରାଫିକ୍ ସମସ୍ୟା, ଅପରାଧ, ମାଷ୍ଟର ପ୍ଲାନ୍ ପରେ ଗଢ଼ି ଉଠିଥିବା ଅଞ୍ଚଳକୁ ଶୃଙ୍ଖଳିତ କରିବା ବିଶେଷ କରି ଜଳ ନିଷ୍କାସନ ସମସ୍ୟାର ବାକିଆ କାମ । ତେବେ ଏଥିରେ ପ୍ରଶାସନର ଉଦ୍ୟମ ଯେତିକି ଦରକାର ସେତିକି ଆବଶ୍ୟକ ରାଜଧାନୀ ବାସିନ୍ଦାଙ୍କ ସହଯୋଗ ।
୭୫ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ୱର। ପରିସୀମା ସହ ବଢିଛି ଏକାମ୍ରକ୍ଷେତ୍ରର କଳେବର । ଏ ମଧ୍ୟରେ ଦୟାନଦୀରେ କେତେ ପାଣି ବହି ଯାଇଛି। କଳେବର ବଢ଼ିଛି, ରୂପ, ରଙ୍ଗ ବଦଳିଛି। ବିଶ୍ୱବ୍ୟାପୀ ରାଜଧାନୀ ଭୁବନେଶ୍ୱରର ଖ୍ୟାତି ବଢ଼ିଛି। ମନ୍ଦିରମାଳିନୀ ଏକାମ୍ରକ୍ଷେତ୍ର । ଏହାର ଇତିହାସ ୩ ହଜାର ବର୍ଷ ପୁରୁଣା । ୧୯୪୮ ମସିହା ପରକୁ ନୂଆ ଓ ତା ପୂର୍ବ ସମୟକୁ ପୁରୁଣା ଭୂବନେଶ୍ବର ଭାବେ ଗଣନା କରାଯାଇଥାଏ ବୌଦ୍ଧ, ଜୈନ, ଶୈବ ଓ ମହିମା ଭଳି ସମ୍ମିଳିତ କ୍ଷେତ୍ର ଭୁବନେଶ୍ବର ।


ମନ୍ଦିରମାଳିନୀ ସହର ଭୁବନେଶ୍ବର ଓଡିଶାର ରାଜଧାନୀ ପାଲଟିଥିଲା। ଏହି ମନ୍ଦିରମାନଙ୍କ ମଧ୍ୟରେ ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ମୁକ୍ତେଶ୍ୱର ଦେଉଳ ଆଦି ଦେଶ ବିଦେଶରେ ପରିଚିତ । ମନ୍ଦିରଗୁଡିକ କଳିଙ୍ଗ ଗଠନଶୈଳୀରେ ତିଆରି ହୋଇଛି । ପୂର୍ବ ଭାରତରେ ପୁରୀ, କୋଣାର୍କ ଓ ଭୁବନେଶ୍ୱରକୁ ସ୍ୱର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ, ଯାହା ପର୍ୟ୍ୟଟକମାନଙ୍କଦ୍ୱାରା ବିଶେଷ ଆଦୃତ ହୋଇଛି । ଏକ ସୁନ୍ଦର ସହର ଭାବେ ଗଢିତୋଳିବାକୁ ୧୯୪୬ ମସିହାରେ ଜର୍ମାନର ପ୍ଲାନର, ଅଟୋ କଏନ୍ସ ବର୍ଗର ନକ୍ସା ପ୍ରସ୍ତୁତ କରିଥିଲେ । ଚଣ୍ଡିଗଡ ଓ ଭୁବନେଶ୍ବରର ପାଇଁ ଏକକାଳୀନ ପ୍ରସ୍ତୁତ ହୋଇଥିଲା ନକ୍ସା । ଇତି ମଧ୍ୟରେ ଭୁବନେଶ୍ବରକୁ ଏକ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପ୍ରଦାନ ପାଇଁ ଦାବି ଜୋର ଧରିଛି ।
ଏବେବି ଖୋର୍ଦ୍ଧା ଜିଲ୍ଲା ଅଧୀନରେ ରହିଛି ରାଜଧାନୀ ଭୁବନେଶ୍ୱର । ଏହା ମହାନଗରର ମାନ୍ୟତା ପାଇଛି । ସ୍ମାର୍ଟ ସିଟି ଭାବେ ଖ୍ୟାତି ଲାଭ କରିଛି । ୨୦୧୭ରେ ଏହାକୁ ମିଳିଥିଲା ସବୁଠାରୁ ଯୋଜନାବଦ୍ଧ ସହର ଭାବେ ଅନ୍ତର୍ଜାତୀୟ ପୁରସ୍କାର । ବିଶେଷ କରି ବସ୍ତି ଲୋକଙ୍କୁ ଥଇଥାନ ବାବଦରେ ଏହା ଆଗୁଆ ରହିଛି । ପୁଣି ନିକଟରେ ଏହାକୁ ମିଳିଛି ଦେଶର କ୍ରୀଡ଼ା ରାଜଧାନୀର ମାନ୍ୟତା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login