ନୂଆଦିଲ୍ଲୀ: ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋିଛି । ଦେଶର ସବୁଠାରୁ ସମ୍ମାନଜନକ ସିନେମା ପୁରସ୍କାର ଭାବରେ ଜଣାଶୁଣା ଜାତୀୟ ପୁରସ୍କାର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଶୁକ୍ରବାର ଆଜି ଘୋଷଣା କରିଛନ୍ତି । ଯେକୌଣସି ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁଏକ ବଡ଼ ସଫଳତା ଭାବେ ବିଚେନା କରାଯାଇଥାଏ।
ନିର୍ଦ୍ଦେଶକ-ଅଭିନେତା ଋଷଭ ଶେଟ୍ଟୀଙ୍କ ଫିଲ୍ମ’କାନ୍ତାରା’, କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ୨୦୨୨ ମସିହାରେ ଏହାର ପୁରାଣ ଆଧାରିତ କାହାଣୀ ସହିତ ସିନେମା ପ୍ରଶଂସକଙ୍କ ହୃଦୟ ଜିତିଥିଲା । ଏହି ଚଳଚ୍ଚିତ୍ର ଦେଖିବା ଦିନଠାରୁ ଲୋକମାନେ ଏହାକୁ ଜାତୀୟ ପୁରସ୍କାର ପାଇଁ ଏକ ଫେଭରେଟ ବୋଲି କହୁଥିଲେ। ମନୋଜ ବାଜପେୟୀଙ୍କ ଗୁଲମୋହର ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ପାଇଛି। ଚଳିତ ଥର ସେହି ଚଳଚ୍ଚିତ୍ରଗୁଡ଼ିକ ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି ଯେଉଁଗୁଡ଼ିକ ୧ ଜାନୁଆରୀ ୨୦୨୨ରୁ ୩୧ ଡିସେମ୍ବର ୨୦୨୨ ମଧ୍ୟରେ ଫିଲ୍ମ ସେନ୍ସର ବୋର୍ଡ ଦ୍ୱାରା ସେନ୍ସର ସାର୍ଟିଫିକେଟ୍ ଦିଆଯାଇଛି।
Views: 45