ସୋର : ୭ ବଗିକୁ ଛାଡି ପଳାଇଲା କୋଇଲା ବୋଝେଇ ଟ୍ରେନର ଇଞ୍ଜିନ । ମାର୍କୋଣା ଷ୍ଟେସନ ନିକଟରେ ୭ ବଗିକୁ ଛାଡି ପଳାଇଲା ଇଞ୍ଜିନ । ଭଦ୍ରକରୁ ହାୱାଡା ଯିବା ବେଳେ ଅଘଟଣ , ଅଧ ଘଣ୍ଟା ପରେ ବଗି ସହ ି ଇଞ୍ଜିନ ସଂଯୋଗ । ଆଜି ଦିନ ୧୨ଘଟିକା ସମୟରେ ଭଦ୍ରକରୁ ବାଲେଶ୍ଵର ଅଭିମୁଖେ କୋଇଲା ବୋଝେଇ ଟ୍ରେନ ଡାଉନ ଲାଇନରେ ଯାଉଥିବା ବେଳେ ମାର୍କୋଣା ଷ୍ଟେସନ ବଣା ରେଳ ଫାଟକ ନିକଟରେ ୭ଟି ବଗି ଛାଡି ପଳାଇ ଯାଇଥିଲା । ଯାହା ଫଳରେ ଲୋକମାନେ ବହୁତ ସମୟ ଧରି ଅନେକ ସମସ୍ୟା ଭୋଗି ଥିଲେ। ଏଥି ସହ ଅଧଘଣ୍ଟା ପରେ ଇଞ୍ଜିନ ଆସି ୭ଟି ବଗିକୁ ନେଇ ଗନ୍ତବ୍ୟ ସ୍ଥଳକୁ ଯାଇଥିଲା ।
Views: 23