ନବରଙ୍ଗପୁର : ୬ ଦଫା ଦାବିରେ ୧୨ ଘଣ୍ଟିଆ ନବରଙ୍ଗପୁର ଜିଲ୍ଲା ବନ୍ଦ । ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସକାଳ ୬ରୁ ବନ୍ଦ ପାଳନ । ଶିକ୍ଷା, ସ୍ୱାସ୍ଥ୍ୟ ବେକାରୀ ସମସ୍ୟା ସମେତ ୬ ଦଫା ଦାବିରେ ବନ୍ଦ । ଚାଉଁରିଆଗୁଡା, ମାଜିଗୁଡାରେ ରାସ୍ତା ଅବରୋଧ । ଗମନାଗମନ ପ୍ରଭାବିତ । ରାସ୍ତାର ଉଭୟ ପାଶ୍ୱର୍ରେ ଗାଡି ଗୁଡିକ ଅଟକି ରହିଛି । ଦୋକାନ ବଜାର ସବୁ ବନ୍ଦ ରହିଛି । ନବରଙ୍ଗପୁର, ଜୟପୁର ଓ ନବରଙ୍ଗପୁର ଜୁନାଗଡ ରେଳ ପ୍ରକଳ୍ପ ପାଇଁ ଜମି ଗ୍ରହଣରେ ଅହେତୁକ ବିଳମ୍ବତାକୁ ବିରୋଧ କରାଯାଇଛି । ଏଥି ସହଜିଲ୍ଲାର ଦୁଇଟି ପୁରାତନ ମହାବିଦ୍ୟାଳୟ ଥଥା ନବରଙ୍ଗପୁର ମହାବିଦ୍ୟାଳୟ ଓ ଉମରକୋଟସ୍ଥିତ ପେଣ୍ଡରାଣି ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ଆଦି ଦାବି ହୋଇଛି ।
Views: 90











