ଝାରସୁଗୁଡା : ମାମଲା ରୁଜୁର ମାତ୍ର ୫୫ ଦିନରେ ଆସିଲା ରାୟ । ଦୋଷୀକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ ପୋକ୍ସୋ କୋର୍ଟ । ବ୍ରଜରାଜନଗର ଯୈ÷ାନ ନିର୍ଯ୍ୟାତନା ମାମଲାରେ ଦଣ୍ଡାଦେଶ ଶୁଣାଣି ହୋଇଛି । ଦଣ୍ଡାଦେଶ ଦେଲେ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ପୋକସୋ ଜଜ୍ ପୂଜା ଷଡ଼ଙ୍ଗୀ। ଅଭିଯୁକ୍ତ ଅଜିତ ନାଗ(୨୫)କୁ ୨୫ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ନ୍ୟାୟାଳୟ।ସୂଚନାରୁ ପ୍ରକାଶ ଯେ, ଗତ ମାର୍ଚ୍ଚ ୨୩ ତାରିଖ ସଂଧ୍ୟା ସମୟରେ ଜଣେ ନାବାଳକକୁ ଅଭିଯୁକ୍ତ ଅଜିତ ନାଗ ନିଜର ମୋଟରସାଇକେଲରେ ବସାଇ ବ୍ରଜରାଜନଗର ଓପିଏମର ପୁରୁଣା ବିଲ୍ଡିଂ ନିକଟରେ ତାଙ୍କ ସହ ଜୋର ଜବରଦସ୍ତ ଅପ୍ରାକୃତିକ ଯୌନ ସଂପର୍କ ଓ ତଣ୍ଟିଚିପି ହତ୍ୟା ଉଦ୍ୟମ କରିଥିଲା। ପୂର୍ବରୁ ମଧ୍ୟ ସେ ଏଭଳି କାଣ୍ଡ ଭିଆଇଥିଲା। ସେ ଏକାଧିକ ନାବାଳକଙ୍କ ସହ ଜୋର ଜବରଦସ୍ତ ଅପ୍ରାକୃତିକ ଯୌନ ସଂପର୍କ ରଖିଆସୁଥିଲା। ଏନେଇ ପୀଡ଼ିତ ନାବାଳକଙ୍କ ମାଆ ଥାନାରେ ଅଭିଯୋଗ କରିଥିଲେ। ଝାରସୁଗୁଡ଼ା ଆରକ୍ଷୀ ଅଧୀକ୍ଷକ ସ୍ମିତ ପରମାରଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ମାର୍ଚ୍ଚ ୨୭ ତାରିଖରେ ଗିରଫ କରିଥିଲା ଏବଂ କୋର୍ଟ ଚାଲାଣ କରିଥିଲା। ଏପ୍ରିଲ ୮ ତାରିଖରେ ପୁଲିସ ମାମଲାର ଚାର୍ଜସିଟ୍ ଦାଖଲ କରିଥିଲା।
୫୫ ଦିନରେ ରାୟ : ଦୋଷୀକୁ ୨୫ ବର୍ଷ ଜେଲ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











