ଗଜପତି : ୫୦ ଫୁଟ ତଳକୁ ଖସିଲା କାର । ଦୁର୍ଘଟଣାରେ କାର ଚୁରମାର । କିନ୍ତୁ ବେଲୁନ ପ୍ରୁଫ ସଠିକ ଭାବେ କାମ କରିବାରୁ ଯାତ୍ରୀ ମାନେ ଅଳ୍ପକେ ବର୍ତ୍ତିଲେ । ଗଜପତି ଜିଲ୍ଲା ରାୟଗଡ ବ୍ଲକ ମହେନ୍ଦ୍ରଗିରି ପର୍ବତକୁ ସହରରୁ ଡ୍ରାଇଭ୍ର ସମେତ ୫ଜଣ ବୁଲିବାକୁ ଯାଇଥିଲେ । ମହେନ୍ଦ୍ରଗିରିରୁ ଫେରିବା ବେଳେ ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା । ଆହତଙ୍କୁ ସ୍ଥାନୀୟ ଲୋକେ କଇଁପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।
Views: 87











