ଭୁବନେଶ୍ୱର : ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଡା ପଦକ୍ଷେପ । ୫ ମାସ ଭିତରେ ୯୦ ଜଣ ସରକାରୀ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ । ବିଜେଡି ବିଧାୟକ ପ୍ରତାପ ଦେବଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଗୃହରେ ଏହି ଲିଖିତ ଉତ୍ତର ରଖିଛନ୍ତି। ରୁଜୁ ହୋଇଥିବା ମାମଲା ମଧ୍ୟରେ ରାଜସ୍ୱ ବିଭାଗରେ ସର୍ବାଧିକ ୨୦ ଅଧିକାରୀ ଅଛନ୍ତି। ସେହିପରି ପଞ୍ଚାୟତିରାଜ ବିଭାଗର ୧୮ ଜଣ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।
Views: 57