ଭୁବନେଶ୍ୱର : ବାଘ ମୃତ୍ୟୁକୁ ନେଇ ଆସିଲା ଚିନ୍ତାଜନକ ଖବର । ୫ ବର୍ଷରେ ଆଖି ବୁଜିଛନ୍ତି ୩୪ କଲପତରିଆ । ୧୭ଟି ବାଘ ଶିକାର ଦ୍ୱାରା ଆଖି ବୁଜିଥିବାବେଳେ, ବିଦ୍ୟୁତ ଆଘାତରେ ୩ଟି ଆଉ ରେଳ ଦୁର୍ଘଟଣାରେ । ବିଧାନସଭାରେ ଏନେଇ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଏଥିସହ ବର୍ତ୍ତମାନ ରାଜ୍ୟରେ ୩୦ଟି ମହାବଳ ବାଘ ଥିବାବେଳେ, ୬୯୬ଟି କଲରାପତରିଆ ବାଘ ଥିବା ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି ।
Views: 44