ଭୁବନେଶ୍ବର: ୫ ଦଫା ଦାବିରେ ଓଡ଼ିଶା ରାଜ୍ୟ ୱାର୍ଡମେମ୍ବର ମହାସଂଘ ପକ୍ଷରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମହାସଂଘର ଦାବିଗୁଡ଼ିକ ହେଲା ପାରିତୋଷିକ ହିସାବରେ ସେମାନଙ୍କୁ ମାସିକ ୬୦୦୦ ଟଙ୍କା ପ୍ରଦାନ କରିବା ଓ ମାସିକ ୩୦୦୦ ଟଙ୍କା ପେନସନ୍ ଦିଆଯିବାର ବ୍ୟବସ୍ଥା କରିବା ସେହିଭଳି କାର୍ୟ୍ୟକାଳ ସରିବା ପୂର୍ବରୁ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ସେମାନଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ସ୍ବାଭାବିକ ମୃତ୍ୟୁ ହେଲେ ୫ ଲକ୍ଷ ଟଙ୍କା କ୍ଷତିପୂରଣ ସହାୟତା ରାଶି ପ୍ରଦାନ କରିବାକୁ ଦାବି କରାଯାଇଛି।
Views: 60











