କୋରାପୁଟ : କୋରାପୁଟ ଜିଲ୍ଲା ହସ୍ପିଟାଲରେ ୫ ଜଣଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ଭୁଲ ଇଞ୍ଜେକସନରୁ ଏକାସଙ୍ଗେ ରୋଗୀଙ୍କ ମୃତ୍ୟୁ ଅଭିଯୋଗ । ଆଇସିୟୁରେ ୩ ଓ ୱାର୍ଡରେ ୨ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଭୁଲ୍ ଇଞ୍ଜେକସନରୁ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । କୋରାପୁଟ, ବୋରିଗୁମ୍ମା, କଳାହାଣ୍ଡି, ସେମିଳିଗୁଡା, ମାଛରା ଭଳି ବିଭିନ୍ନ ଅଞ୍ଚଳରୁ ଅନେକ ଗୁରୁତର ରୋଗୀ ହସ୍ପିଟାଲର ଆଇସିୟୁ ଏବଂ ସର୍ଜରୀ ବେଡ଼ରେ ଚିକିତ୍ସିତ ହେଉଥିଲେ । ଅପରେସନ ପରେ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିଲା । ତେବେ ରାତ୍ରୀକାଳୀନ ଦାୟିତ୍ଵରେ ଥିବା କର୍ମଚାରୀ କିଛି ଇଞ୍ଜେକ୍ସନ ଦୁଇ ଥର ଦେଇଥିଲେ । ଇଞ୍ଜେକ୍ସନ ଦେବାର ୧୫ ମିନିଟ ଭିତରେ ଆଇସିୟୁରେ ତିନି ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା ।
Views: 43