ବାଙ୍କୀ : ମାଙ୍କଡ କାମୁଡାରେ ୫ ଏନଡିଆରଏଫ ଯବାନ ଆହତ । ମୁଣ୍ଡଳି ସ୍ଥିତ ଏନଡିଆରଏଫ କ୍ୟାମ୍ପ ପରିସରରରେ କାମୁଡିଲା ମାଙ୍କଡ । ମାଙ୍କଡକୁ ଧରିବାକୁ କ୍ୟାମ୍ପ ପରିସରରେ ଯନ୍ତା ବସାଇଲା ବନ ବିଭାଗ । କଟକ ମୁଣ୍ଡଳୀସ୍ଥିତ ଏନଡିଆରଏଫର ଥାର୍ଡ ବାଟାଲିୟନ ପରିସରରେ ଦୁଇଦିନ ଧରି ପାଗଳ ମାଙ୍କଡ଼ ଘୁରିବୁଲୁଥିଲା। ଆଜି ପାଞ୍ଚ ଜଣ ଯବାନଙ୍କୁ କାମୁଡି ରକ୍ତାକ୍ତ କରିଛି। ପାଗଳ ମାଙ୍କଡ଼ର ଆତଙ୍କ ପରେ ଏନଡିଆରଏଫ କର୍ତ୍ତୃପକ୍ଷ ଡମପଡା ଚନ୍ଦକା ବନବିଭାଗକୁ ଖବର ଦେଇଥିଲେ।
ବନବିଭାଗ କର୍ମଚାରୀ ମାଙ୍କଡ଼କୁ ଧରିବା ପାଇଁ ଜନ୍ତା ବସାଇଛନ୍ତି। ଆବଶ୍ୟକ ପଡ଼ିଲେ ଟ୍ରାଙ୍କୁଲାଇଜ କରି ପାଗଳ ମାଙ୍କଡ଼କୁ କାବୁ କରାଯିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି। ଆହତ ଯବାନ ମାନଙ୍କୁ ଚିକିତ୍ସା ପାଇଁ ପଠାଯାଇଛି।
Views: 98











